ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ):- ଭୋଟଦାନ ପ୍ରକ୍ରିୟା କୁ ଆଉ କିଛି ସମୟ ବାକି ରହିଥିବା ବେଳେ ସରିଛି ପ୍ରଚାର କାର୍ଯ୍ୟ, ପ୍ରଚାରର ଶେଷ ଦିନରେ ମଧ୍ୟ ଦମ ଦେଖାଇଛି ବିଜେଡି l ପାରଳାଖେମୁଣ୍ଡି ସହରରେ ବିରାଟ ମଟର ସାଇକଲ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ଭୋଟ ଭିକ୍ଷା କରିଥିଲେ ବିଜେଡି ପାର୍ଥି ରୁପେଶ ପାଣିଗ୍ରାହୀ | ବିଭିନ୍ନ ବ୍ଳକ ଓ ପଞ୍ଚାୟତରେ ପ୍ରଚାର ପ୍ରସାର କାର୍ଯ୍ୟ ଜୋରଦାର ହେଇଥିବା ବେଳେ ଘରକୁ ଘର ବୁଲି ପ୍ରଚାର ମଧ୍ୟ କରିଥିଲେ । ସେପଟେ ବିଜେପି ମଧ୍ୟ ନିଜ କର୍ମୀଙ୍କ ଗହଣରେ ପାରଳାଖେମୁଣ୍ଡି ସହରରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛି, ଆଜି ବିଜେପି ପକ୍ଷରୁ ମଧ୍ୟ ଗତକାଲି ଗୋଷାଣୀ ବ୍ଳକ ଅଞ୍ଚଳରେ ସାଂସଦ ପ୍ରାର୍ଥୀଙ୍କ ସହ ପ୍ରଚାର କରିଥିବା ବେଳେ ଆଜି ସହରରେ ଜୋରଦାର କରିଛନ୍ତି ନିର୍ବାଚନ ପ୍ରଚାର ଏବଂ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ପଛରେ ପଡ଼ିଯାଇଛି କଂଗ୍ରେସ, କଂଗ୍ରେସ ପ୍ରାର୍ଥୀଭାବେ ନିର୍ବାଚନ ଲଢୁଥିବା ବିଜୟ ପଟ୍ଟନାୟକ ଙ୍କୁ ନେଇ ଯେଉଁ ଭଳି ଭାବରେ ଚର୍ଚ୍ଚା ହେଉଥିଲା ସେଭଳି ପ୍ରଚାର ମୈଦାନରେ ପରିଲକ୍ଷିତ ହୋଇନଥିଲା l
ସେପଟେ କଂଗ୍ରେସର ଭୋଟ ବ୍ୟାଙ୍କ କୁହାଯାଉଥିବା ଗୁମ୍ମାରେ ମଧ୍ୟ ଆଉ ସେହିଭଳି ପରିସ୍ଥିତି ନଥିବା ପ୍ରକାଶ କରିଛନ୍ତି ଭୋଟର , ଅନ୍ୟ ପକ୍ଷରେ ପୁର୍ବରୁ କଂଗ୍ରେସ ସହିତ ତାର ଲଢେଇ ହେବ ବୋଲି ଯୁକ୍ତି ବାଢୁଥିବା ବିଜେପି ଏବେ ଦୋଛକିରେ ଯାହାକୁ ଦୃବଳ ବୋଲି କହି ତୃତୀୟ ସ୍ଥାନରେ ରହିବ ବୋଲି ଗଣ ମାଧ୍ୟମରେ ଦମ୍ଭୋକ୍ତି ଦେଖାଉଥିଲା ବିଜେପି ତାର ଲଢେଇ ପାଇଁ ସମସ୍ତ କଳ ବଳ କୌଶଳ ଲଗେଇ ଦେଇଛି ବିଜେପି । ତେବେ ୧୩ ତାରିଖ ସକାଳୁ ଭୋଟ ଦାନ ପ୍ରକିୟା ଆରମ୍ଭ ହେବାକୁ ରହିଥିବା ବେଳେ ସମସ୍ତ ପ୍ରସ୍ତୁତି ସାରିଛି ପ୍ରଶାସନ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପ୍ରକାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡା କରାଯାଇ କଟକଣା ଓ ତନଖି କୁ କଡାକଡି କରିଛି ପୋଲିସ ।