ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର 

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ରାଜ୍ୟ ଓ ଦେଶରେ ପ୍ରଚାରର ଶେଷ ଦିନ । ଜୁନ ୧ ତାରିଖରେ ଓଡିଶାରେ ଚତୁର୍ଥ ପର୍ଯ୍ୟାୟ ଓ ଦେଶରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିବ ଭୋଟ । ଏଥିପାଇଁ ଆଜି ସନ୍ଧ୍ୟା ସୁଦ୍ଧା ସବୁ ଦଳ ପ୍ରଚାର ଶେଷ କରିବେ । ଶେଷ ଦିନରେ ମାରାଥନ ପ୍ରଚାର ପାଇଁ ସବୁ ଦଳ ଯୋଜନା କରିଛନ୍ତି । ଆଜି ପ୍ରଚାର ସହିତ ଗତ ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା ପ୍ରଚାର କୋଳାହଳ ଉପରେ ବ୍ରେକ ଲାଗିବ ।ବିଜେଡି, ବିଜେପି, କଂଗ୍ରେସ ସମେତ ସମସ୍ତ ପ୍ରମୁଖ ଦଳର ତୁଙ୍ଗ ନେତାମାନେ ମାରାଥନ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଶକ୍ତି ଲଗାଇ ଦେଇଛନ୍ତି । ପ୍ରଚାରର ଶେଷ ଦିନରେ ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ଭଦ୍ରକର ସିମୁଳିଆରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ବିଜେଡି ସୁପ୍ରିମୋ ଆଜି ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରିବେ । ଭଦ୍ରକର ଚାନ୍ଦବାଲିରେ ବିଶାଳ ସଭାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ ପଟ୍ଟନାୟକ । ବିଜେଡି ନେତା ଭିକେ ପାଣ୍ଡିଆନ ବାଲେଶ୍ୱରରେ ପ୍ରଚାର କରିବେ । ସେହିପରି ବିଜେପି ନେତା ଧର୍ମେନ୍ଦ୍ର୍ ପ୍ରଧାନ ଓ ଅନ୍ୟ ବରିଷ୍ଠ ବିଜେପି ନେତା ବିଭିନ୍ନ ସ୍ଥାନରେ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି । ଓଡିଶାର ଚତୁର୍ଥ ପର୍ଯ୍ୟାୟରେ ୬ ଲୋକସଭା ଆସନ ଓ ସେହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୪୨ ଆସନରେ ଆସନ୍ତା ୧ ତାରିଖରେ ଭୋଟ ଗ୍ରହଣ ହେବ । ସେହିପରି ଦେଶର ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ସଂସଦୀୟ ଆସନ ପାଇଁ ମତ ଅଧିକାର ସାବ୍ୟସ୍ତ କରିବେ ଭୋଟର ।

LEAVE A REPLY

Please enter your comment!
Please enter your name here