ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବ୍ରହ୍ମପୁର ସଂଦୀୟ କ୍ଷେତ୍ରର ସ୍ବାଧୀନ ପ୍ରାର୍ଥି ଭି. ଚନ୍ଦ୍ରଶେଖର ନାଇଡୁ ଆଜି ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ରୋଡ୍ ସୋ, ପ୍ରଚାର ଆଦି କାର୍ଯ୍ୟକ୍ରମ କରିଥିବାର ଦେଖିବାକୁ ମିଳିଥିଲା । ସୂଚନା ଯୋଗ୍ୟ ଯେ, ଭି. ଚନ୍ଦ୍ରଶେଖର ନାଇଡୁ 2019ରେ ବ୍ରହ୍ମପୁର ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇ ଲକ୍ଷାଧିକ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ହେଲେ ଚଳିତ ନିର୍ବାଚନରେ ସେ ସ୍ବାଧୀନ ପ୍ରାର୍ଥି ଭାବେ ଅବତୀର୍ଣ୍ଣ ହୋଇ ଛନ୍ତି । ଏନେଇ ଶ୍ରୀ ନାଇଡୁ କହିଛନ୍ତି ଯେ, ଦଳରେ ଥିବା ବେଳେ ବହୁ କଟକଣାରେ କାମକରିବାକୁ ପଡେ କିନ୍ତୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢି ଲୋକଙ୍କ ସେବା କରିବା ଏକ ନିଆରା ପଦକ୍ଷେପ ।
ବର୍ତ୍ତମାନ ସ୍ଥିତିରେ ଦଳୀୟ ପ୍ରାର୍ଥି ହେବା କଷ୍ଟସାଧ୍ୟ ହୋଇପଡିଛି । ହୁକୁମ୍ ରେ ପରିଚାଳିତ ହେଉଛନ୍ତି ଦଳୀ ନେତା ତଥା ପ୍ରାର୍ଥି । ସ୍ବାଧୀନ ଭାବେ ଲଢେଇ କରି ଲୋକଙ୍କ ସେବା କରିବି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ପାରଳାରେ ରୋଡ୍ ସୋ ବେଳେ ବହୁ ସମର୍ଥକ ରହିଥିବାର ଦେଖିବାକୁ ମିଳିଥିଲା । ମୁଖ୍ୟ କରି ଅଞ୍ଚଳର ସମସ୍ୟାର ସମାଧାନ କରିବା ଦିଗରେ କାମ କରିବା ଉପରେ ଗୁରୁତ୍ବାରେପ କରି ଭୋଟ ଭିକ୍ଷା କରୁଥିବାର ଦେଖିବାକୁ ମିଳିଥିଲା ।