ମହେନ୍ଦ୍ରଗିରି ପାହାଡ଼ରେ ୫୦ ଫୁଟ ତଳକୁ ଖସିଲା କାର, କାରର ବେଲୁନ୍ ସଠିକ ଭାବେ କାମ କରିବା ଯୋଗୁଁ ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ 

0

ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧିନ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତକୁ ବୁଲିଯାଇଥିବା ବ୍ରହ୍ମପୁରର ପାଞ୍ଚ ଜଣ ପର୍ଯ୍ୟଟକଙ୍କ କାର ଦୁର୍ଘଟଣାଗ୍ରସ୍ଥ ହୋଇଛି । ଏଥିରେ ଜଣେ ମହିଳାଙ୍କ ବାମ ହାତ ଭାଙ୍ଗିଥିବା ବେଳେ ଅନ୍ୟ ଚାରିଜଣ ସୁରକ୍ଷିତ ଅଛନ୍ତି । ତେବେ ସୂଚନାଯୋଗ୍ୟ ଯେ, ଶୁକ୍ରବାର ବ୍ରହ୍ମପୁର ସହରର ଚାରି ଜଣଙ୍କ ସମେତ ଡ୍ରାଇଭର ଏକ କାର ଯୋଗେ ଐତିହାସିକ ସ୍ଥଳ ମହେନ୍ଦ୍ରଗିରି ବୁଲିବାକୁ ଯାଇ ଫେରୁଥିବାବେଳେ ଅପରାହ୍ନ ଚାରିଟା ସମୟରେ ଭାରସାମ୍ୟ ହରାଇ କାରଟି ୫୦  ଫୁଟ ପାହାଡ଼ ତଳକୁ ଖସିଯାଇଥିଲା l

ଫଳରେ କାରଟି ଭାଙ୍ଗି ଚୁରମାର ହୋଇଯାଇଥିଲେ ମଧ୍ୟ କାରର ବେଲୁନ ପ୍ରୁଫ ସଠିକ ସମୟରେ କାମ କରିଥିବା ଯୋଗୁଁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଅନ୍ୟମାନେ । ତେବେ ରୋଜାଲିନ୍ ପ୍ରଧାନ ନାମକ ଜଣେ ୩୩ ବର୍ଷୀୟା ମହିଳାଙ୍କ ବାମ ହାତ ଭାଙ୍ଗିଥିବା ବେଳେ ଅନ୍ୟ ଚାରିଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡିଛି । ତେବେ ସ୍ଥାନୀୟ ଲୋକେ ଆହତମାନଙ୍କୁ ପ୍ରଥମେ କଇଁପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ l ପରେ ଅଧିକ ଚିକିତ୍ସା ପାଇଁ ଆହତଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।

ତେବେ ରୋଜାଲିନଙ୍କୁ ବ୍ରହ୍ମପୁରକୁ ଅଧିକ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ଗାରାବନ୍ଧ ପୁଲିସ ପହଂଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି l

LEAVE A REPLY

Please enter your comment!
Please enter your name here