ଦୁର୍ଗମରେ ରୋଜଗାର ଦେଇଛି କାରପେଟ ବୁଣା କାମ

0

ଗଜପତି ( ବିପ୍ଲବୀ ପରିକ୍ରମା ):-– ଗଜପତି ଜିଲ୍ଲା ଏକ ଦୁର୍ଗମ ଜିଲ୍ଲା ହୋଇଥିବା ବେଳେ ଦୁର୍ଗମ ଅଧିବାସୀ ମାନେ ଅଧିକାଂଶ ଚାଷ ଉପରେ ଗୁରୁତ୍ବ ଦେଇଥାନ୍ତି । ନଚେତ୍ କୁଲି ମଜୁରୀ ଅବା ବାହାର ରାଜ୍ୟ କୁ ଦାଦନ ଖଟି ।କିନ୍ତୁ ବିଲୁପ୍ତ ପାଉଥିବା ଟିବତୀୟ କାରପେଟ୍ ବୁଣି ସ୍ୱାବଲମ୍ବୀ ହୋଇଛନ୍ତି ମୋହନା ବ୍ଲକ୍ ବାଘମାରି ପଞ୍ଚାୟତ ସୀଙ୍କୁଲିପଦର୍ ଗ୍ରାମର ଅନେକ ଯୁବତୀ ଓ ମହିଳା ମାନେ ।ଚନ୍ଦ୍ରଗିରି ସ୍ଥିତ ସଉରା ଉନ୍ନୟନ ସଂସ୍ଥା ପକ୍ଷରୁ OPELIP ମାଧ୍ୟମରେ ଏହି ମହିଳା ମାନଙ୍କୁ ପ୍ରଥମେ ତାଲିମ ଦେଇଥିଲେ କିଛି ଟିବତିୟ ମହିଳା । ବର୍ତ୍ତମାନ ଏହି ମହିଳା ମାନେ ନିଜେ କାମ କରି ଅନ୍ୟ ମହିଳା ମାନଙ୍କୁ ତାଲିମ ଦେବା ସହ ଏହି କାର୍ପେଟ୍ କୁ ବିକ୍ରି କରି ବେଶ୍ ଅର୍ଥ ଉପାର୍ଜନ କରୁଛନ୍ତି ।

ପ୍ରଥମେ ତିବତୀୟ ମାନେ ଯେତେବେଳ ଆମ ଓଡ଼ିଶାରେ ଆସି ବସବାସ କଲେ ସେହି ସମୟରେ ଏହି କାର୍ପେତ୍ ବୁଣିବା ସ୍ଵେଟର ବୁଣିବା ଥିଲା ସେମାନଙ୍କର ମୁଖ୍ୟ ପେଶା ଓ ଜୀବିକା । ପରେ ଏହି ଡିଜିଟାଲ ଓ ମେସିନ ଯୁଗରେ ତାହା ମେସିନ ମାଧ୍ୟମରେ ତିଆରି ହେଉଛି ସତ କିନ୍ତୁ ଓଡ଼ିଶାରେ ତାହା ଲୋପ ପାଇବାକୁ ବସିଲାଣି । ଏହି ମଖମଲ୍ କର୍ପେଟ୍ ର ଚାହିଦା ଅନେକ ଥିବାରୁ ଏହାର ବଜାର ମୂଲ୍ୟ ବି ଅଧିକ ରହିଛି । ଏହା ଉଲ୍ ମାଧ୍ୟମରେ ତିଆରି ହୁଏ । ପ୍ରଥମେ ଏକ ଛବି କୁ ଗ୍ରାଫ୍ ମାଧ୍ୟମରେ ଚିତ୍ର ଆଙ୍କି ପରେ ସେହି ପ୍ରତିଛବି କୁ ଉଲ ମାଧ୍ୟମରେ ତିଆରି କରିଥାନ୍ତି ।

ବର୍ତ୍ତମାନ ଚାହିଦା ଅଧିକ ଅଛି କିନ୍ତୁ ଉତ୍ପାଦନ କମ ରହିଛି । ଏହା ଏକ ଲାଭଦାୟକ ଜିନିଷ ହୋଇଥିବା ବେଳେ ଏହାକୁ ତିଆରି କରିଥିବା ମହିଳା ମାନଙ୍କୁ ମଜୁରୀ କମ ମିଳୁଥିବା ଅଭିଯୋଗ କରିଛନ୍ତି କାର୍ପେତ ତିଆରି କରୁଥିବା ମହିଳା ମାନେ । ଆଗାମୀ ଦିନରେ ଯଦି ସେମାନଙ୍କ ପାରିଶ୍ରମିକ ଉଚିତ୍ ମୂଲ୍ୟ ମିଳେ ତାହେଲେ ସେମାନେ ଅନେକ ଉପକୃତ ହୋଇଥାନ୍ତେ ।

 

LEAVE A REPLY

Please enter your comment!
Please enter your name here