ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ମାମଲା ରୁଜୁ , ଅଭିଯୁକ୍ତ ଶିକ୍ଷକ ଫେରାର୍ 

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ):-  ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅନ୍ତର୍ଗତ ଅଞ୍ଚଳରେ ଲଜ୍ୟାକର ଘଟଣା ସାମନାକୁ ଆସିଛି । ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଛି କଳଙ୍କର ଛିଟା । ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଗାରାବନ୍ଧ ଥାନାରେ ରୁଜୁ ହୋଇଛି ମାମଲା । ଗଙ୍ଗାବାଡ଼ ଉନ୍ନିତ ଉଚ୍ଚ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଶିକ୍ଷକ ଜି. ରାମବାବୁ ଅସଦାଚରଣ କରୁଥିବା ନେଇ ଛାତ୍ରୀ ଜଣକ ଘରେ ଜଣାଇବା ପରେ ପରିବାର ପକ୍ଷରୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ଉପଜିଲ୍ଲାପାଳ ଓ ଟିମ୍ ତଦନ୍ତ କରି ରିପୋର୍ଟ ପ୍ରଦାନ ପରେ ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ଗାରାବନ୍ଧ ଥାନାରେ ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ଶିକ୍ଷକ ଫେରାର ହୋଇଯାଇଥିବା ଜଣା ପଡ଼ିଛି । ନାବାଳିକା ଅସଦାଚରଣ ମାମଲା ରୁଜୁ କରି ପୀଡୀତା ଙ୍କ ବୟାନ ରେକର୍ଡ ପାଇଁ ଆଜି କୋର୍ଟରେ ଉପସ୍ଥାପନ କରାଯାଇଛି । ଏନେଇ ଗାରାବନ୍ଧ ଥାନାରେ ୨୭/୨୫ ରେ ମାମଲା ରୁଜୁ କରାଯାଇ ଘଟଣାର ଅଧିକା ତଦନ୍ତ ଜାରି ରହିଥିବାର ଘଟଣାର ତଦନ୍ତ ଜାରି ରହିଥିବା ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକା ସୂଚନା ଦେଇଛନ୍ତି । ସେପଟେ ଅଭିଯୁକ୍ତ ଶିକ୍ଷକ ଜି. ରାମବାବୁ ଫେରାର ହୋଇ ଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here