ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପ୍ରତିକୁଳ ପରିବେଶ ଯୋଗୁଁ ଉତ୍ପାଦନ କମୁଛି । ପ୍ରଭାବିତ ହୋଇଛି କାଜୁ ଉତ୍ପାଦନ। ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ କାଜୁ ଏକ ପ୍ରଧାନ ଅର୍ଥକାରୀ ଫସଲ। ପ୍ରଚୁର ପରିମାଣରେ ଜଙ୍ଗଲ ଓ ଖାଲି ପଡିଥିବା ଜମିରେ ହୋଇଛି କାଜୁ ଚାଷ। ଆଦିବାସୀଙ୍କ ଏକ ନିର୍ଭରଶୀଳ ଅର୍ଥକାରୀ ଚାଷ ହୋଇଥିବା ବେଳେ ଚଳିତ ବର୍ଷ ଆଶାନୁରୂପ ଗଛରେ ହୋଇନି କାଜୁ ଫସଲ। ଫଳରେ ଚାଷୀଙ୍କ ମଧ୍ୟରେ ଏକ ପ୍ରକାରର ହତାଶ ସୃଷ୍ଟି ହୋଇଛି। ଗଜପତିରୁ ଦେଖିବା ଏହି ରିପୋର୍ଟ।
ଜିଲ୍ଲାରେ ହଜାର ହଜାର ହେକ୍ଟର ପାହାଡ଼ିଆ ଓ ପଦର ଜମିରେ ହୋଇଛି କାଜୁ ଚାଷ। ଚଳିତ ବସନ୍ତ ଋତୁରେ ଗଛରେ ଯଥେଷ୍ଟ ଫୁଲ ଆସିଛି, ହେଲେ ଗ୍ରୀଷ୍ମର ପ୍ରକୋପରେ ଫୁଲ ସୁଖି ଯିବାକୁ ବସିଲାଣି। ଉପଯୁକ୍ତ ସମୟରେ କିଛି ପରିମାଣର ବର୍ଷା ଆସିଥିଲେ ଗଛରେ ଫଳ ଧରି ଥାନ୍ତା। ହେଲେ ବର୍ଷା ନ ହେବାରୁ ଗଛରେ ଫଳ ଧରିବା ସମ୍ଭାବନା କ୍ଷୀଣ ହୋଇଛି। ବଜାରରେ କାଜୁର ଯଥେଷ୍ଟ ଚାହିଦା ରହିଛି। ଅମଳ କାଜୁ ମଞ୍ଜିକୁ କିଲୋ ପିଛା ଏକ ଶହରୁ ଏକ ଶହ ପଚାଶ ପର୍ଯ୍ୟନ୍ତ ବିକ୍ରି କରି ଯଥେଷ୍ଟ ଅର୍ଥ ରୋଜଗାର କରିଥାନ୍ତି ଚାଷୀ। ବହୁ ବ୍ୟବସାୟୀ କାଜୁ ବ୍ୟବସାୟ କରି ବେଶ ଦୁଇ ପଇସା ରୋଜଗାର କରିଥାନ୍ତି। ହେଲେ ଉପଯୁକ୍ତ ସମୟରେ ବର୍ଷା ନ ହେବାରୁ ଖରା ଗରମରେ ସୁଖି ଯିବାକୁ ବସିଲାଣି ଗଛର ଫୁଲ। ଯେଉଁଥିପାଇଁ ଗଛରେ ଫଳ ହେବା ସମ୍ଭାବନା କ୍ଷୀଣ ହୋଇଛି। ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି କାଜୁ ଚାଷୀ।
ଜିଲ୍ଲାରେ ମୋଟ ୯୫ ହଜାର ହେକ୍ଟର ଜମିରେ ବିଭିନ୍ନ ପ୍ରକାରର ଚାଷ ହେଉଥିବା ବେଳେ ସେଥିମଧ୍ୟରୁ ୨୫ ରୁ ୨୬ ହଜାର ହେକ୍ଟର ଜମିରେ କାଜୁ ଚାଷ ହୋଇଛି । କାଜୁ ଉତ୍ପାଦନ ଜିଲ୍ଲାର ଅଧିକାଂଶ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିଛି। ପ୍ରଚୁର ପରିମାଣରେ କାଜୁ ଉତ୍ପାଦନ ହେଉଥିବା ସତ୍ତ୍ୱେ, ସରକାରଙ୍କ ଉଦ୍ୟାନ ବିଭାଗ ପକ୍ଷରୁ ଏହାର ବଜାର ନିୟନ୍ତ୍ରଣ ପାଇଁ କୈାଣସି ଯୋଜନା ନାହଁ। ଉପଯୁକ୍ତ ଦର ନିର୍ଦ୍ଧାରଣ ହେଉ ଅବା ଉପଯୁକ୍ତ ବଜାର ସୃଷ୍ଟି କରିବା ଦିଗରେ କୈାଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ଦଲାଲଙ୍କ ଶିକାର ହେଉଛନ୍ତି କାଜୁ ଚାଷୀ। ତେବେ ବଜାରର ଚାହିଦାକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ଚାଷୀଙ୍କୁ ସହଯୋଗ କରାଯିବ ବୋଲିି କହିଛନ୍ତି ଜିଲ୍ଲା ଉଦ୍ୟାନ କୃଷି ଉପ-ନିର୍ଦ୍ଦେଶକ।
ଆଦିବାସୀ ଅଧିଷୁତ ଗଜପତି ଜିଲ୍ଲାରେ ଚାଷୀଙ୍କ ମୁଖ୍ୟ ରୋଜଗର ମାଧ୍ୟମ କାଜୁ ହୋଇଥିବା ବେଳେ ଏବେ ଆଉ ସାହାରା ନପାଇ ଦାଦନ ଯିବା ଥୟ |