ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରିଜ ଆଣ୍ଡ ରୁଫ ଲାଞ୍ଚ ମାମଲାରେ ପୁଣି ଜୋର ଧରିଲା ତଦନ୍ତ । ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ମାରାଥନ ଜେରା । ୧୬ ଘଣ୍ଟା ଧରି ଘାଣ୍ଟିଛି ସିବିଆଇ । ଗତକାଲି ସକାଳୁ ରାତି ୧୧ଟା ପର୍ଯ୍ୟନ୍ତ ଯାଞ୍ଚ କରୁଥିଲା CBI। ନୂଆଦିଲ୍ଲୀରୁ ଆସିଥିବା ସିବିଆଇର ୮ଜଣିଆ ଟିମ ବିଷ୍ଣୁପଦଙ୍କ ସରକାରୀ ବାସଭବନରେ ଚଢଉ କରିଛି । ଭୁବନେଶ୍ବର ବାସଭବନ ସମେତ ପୈତୃକ ଗାଁରେ ହୋଇଛି ଚଢ଼ାଉ । ଡିସେମ୍ବର ମାସରେ ବ୍ରିଜ ଆଣ୍ଡ ରୁଫ ଲାଞ୍ଚ ମାମଲାରେ ବିଷ୍ଣୁପଦଙ୍କ ସଂପୃକ୍ତି ସାମନାକୁ ଆସିଥିଲା । ଏଥିପାଇଁ ବିଷ୍ଣୁପଦଙ୍କୁ ସିବିଆଇରେ ହାଜର ହେବାକୁ ସମନ ହୋଇଥିଲା ।ତେବେ ସେ ସେତେବେଳେ ସିବିଆଇରେ ହାଜର ହୋଇଥିଲେ କି ନାହିଁ ସ୍ପଷ୍ଟ ହୋଇନଥିଲା । ଲାଞ୍ଚ ମାମଲାରେ ୪ଜଣଙ୍କ ଗିରଫର ୨ମାସ ୧୧ଦିନ ପରେ ବିଷ୍ଣୁପଦଙ୍କ ଘରେ ସିବିଆଇ ରେଡ କରିଛି । ରେଡ ବେଳେ ସିବିଆଇ ଅଧିକାରୀଙ୍କ ସହ ବିଷ୍ଣୁପଦ ଯୁକ୍ତିତର୍କ କରୁଥିବା ଦେଖାଯାଇଥିଲା । ନିଜ ସଫେଇରେ ତାଙ୍କ ଘରେ ଜୋରଜବରଦସ୍ତ ଚଢଉ ହେଉଥିବା ଅଭିଯୋଗ ଆଣିଛନ୍ତି ବିଷ୍ଣୁପଦ ସେଠୀ ।