ଗଞ୍ଜାମ, ପୁରୁଷୋତ୍ତମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଗାଙ୍ଗଦହଣୀ ଗ୍ରାମ ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଶତବାର୍ଷିକୀ ସମାରୋହ ଚଳିତ ମାସ ୮ ତାରିଖ ଅର୍ଥାତ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଅଛି l
ଏହି ସମାରୋହରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦାନ କରିବା ସହ ଦୁଇ ମନ୍ତ୍ରୀ ଏବଂ ଜିଲ୍ଲାର ବିଧାୟକ ତଥା ସାଂସଦ ମାନେ ଯୋଗଦେବାର ସୂଚନା ହସ୍ତଗତ ହୋଇଛି l ଏନେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଛି l
ସୂଚନା ଅନୁସାରେ, ପୁରୁଷୋତ୍ତମପୁର ବ୍ଲକର ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଟି ପ୍ରାକସ୍ବାଧିନତା କାଳରେ ଅର୍ଥାତ ୨୮.୧୦.୧୯୨୫ ମସିହାରେ ସ୍ଥାପନ ହୋଇଥିଲା ଯାହାର ଆଜି ଶହେ ବର୍ଷ ପୂର୍ତ୍ତି ହୋଇସାରିଛି l
ତେବେ ଏହି ଶତବାର୍ଷିକୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେବା ସହ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ଡ଼ା ପ୍ରଦୀପ ପାଣିଗ୍ରାହୀ, ଆସିକା ସାଂସଦ ଅନିତା ସୁଭଦର୍ଶିନୀ,ଖଲ୍ଲିକୋଟ ବିଧାୟକ ପୂର୍ଣଚନ୍ଦ୍ର ସେଠି, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆସ୍କା ବିଧାୟକ ସରୋଜ କୁମାର ପାଢ଼ୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଚିକିଟି ବିଧାୟକ ମନୋରଞ୍ଜନ ଡ୍ୟାନ ସାମନ୍ତରାୟ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାଏକ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାଏକ, ପଦ୍ମଶ୍ରୀ ଶ୍ରୀ ଗୋପୀନାଥ ସ୍ୱାଇଁ ତଥା ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l

ତେବେ ଏ ନେଇ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ତତ୍ୱାବଧାନରେ ବିଦ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଯୋଗଦାନ କରିବା ସହ କାର୍ଯ୍ୟକ୍ରମ ସକାଶେ ଭିତ୍ତଭୂମି ଓ ପାରିପାର୍ଶ୍ୱିକ ସ୍ଥିତିର ସମୀକ୍ଷାକରି ବିଭିନ୍ନ ପରାମର୍ଶ ଦେଇଛନ୍ତି।
ଏହି ସମୟରେ ଜିଲ୍ଲାର ମୁଖ୍ୟ କାର୍ଯ୍ୟନିର୍ବାବାହୀ ଅଧିକାରୀ ମଧୂମିତା, ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା, ବିଡିଓ ଶରତ କୁମାର ପାତ୍ର,ଏବିଡିଓ ନିରାକାର ଜେନା, ଜିଲା ଶିକ୍ଷା ଅଧିକାରୀ ଅଜୟକୁମାର ପାତ୍ର, ବ୍ଲକ ଶିକ୍ଷା ଅଧିକାରୀ କିଶୋରକୁମାର ବେହେରା,ଉକ୍ତ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ଅନୁକମ୍ପା କାନୁନଗୋ ପ୍ରମୁଖଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପୂରାତନ ଛାତ୍ରଛାତ୍ରୀ ଓ ଜନପ୍ରତିନିଧିଙ୍କ ସମେତ ଗ୍ରାମବାସୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ।
ତେବେ ଗ୍ରାମକୁ ମୁଖ୍ୟମନ୍ତ୍ରୀ ଆସିବେ ତଥା ଅନ୍ୟ ମନ୍ତ୍ରୀଙ୍କ ସହ ସାଂସଦ ଏବଂ ବିଧାୟକଗଣ ଆସିବେ, ଗ୍ରାମରେ ପ୍ରଥମ ଥର ବିରାଟ ବଡ଼ ଆୟୋଜନ ହୋଇଥିବା ଦେଖି ଗ୍ରାମବାସୀମାନେ ଅତ୍ୟନ୍ତ ଖୁସି ହୋଇଥିବା ସହ ବିଦ୍ୟାଳୟର ଉତ୍ସବ ଯେପରି ସୁଚାରୁ ରୁପେ ହୋଇପାରିବ, ସେଥିପାଇଁ ସମସ୍ତ କାର୍ଯ୍ୟ ମିଳିମିଶି କରିବା ସହ କାର୍ଯ୍ୟକ୍ରମରେ ଯେପରି କୌଣସି ବାଧା ନ ଉପୁଜେ ସେଥିପାଇଁ ଅନବରତ ଉଦ୍ୟମ ଜାରିରଖିଛନ୍ତି ଗାଙ୍ଗଦହଣୀ ଗ୍ରାମବାସୀ ଏବଂ ବିଶେଷକରି ଗ୍ରାମର ଯୁବପିଢ଼ି l