ବିପ୍ଲବୀ ପରିକ୍ରମା ବ୍ୟୁରୋ :-:ଆଜି ଖୋଲିବ ନିର୍ମଳାଙ୍କ ବଜେଟ୍ ପେଡି । ପୂର୍ବାହ୍ନ ୧୧ ଟାରେ ୨୦୨୪-୨୫ ଆର୍ଥୀକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ପ୍ରଥମ ବଜେଟ ଆସିବାକୁ ଯାଉଛି । ବଜେଟରେ କେଉଁ କ୍ଷେତ୍ର ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର । ସପ୍ତମ ଥର ପାଇଁ ସଂସଦରେ ସାଧାରଣ ବଜେଟ ଉପସ୍ଥାପନା କରବାକୁ ଯାଉଛନ୍ତି ନିର୍ମଳା ।ବଜେଟ ଉପରେ ସାରା ଦେଶର ନଜର ରହିଛି । ସାଧାରଣ ଜନତା ଠାରୁ ଆରମ୍ଭ କରି ଉଦ୍ୟୋଗୀସ, ସରକାରୀ ଓ ବେସରକାରୀ କର୍ମଚାରୀ ମଧ୍ୟ ଆଶାବାନ୍ଧି ବସିଛନ୍ତି । ବିଶେଷ କରି ଟିକସ ଉପରେ ଆଶ୍ବସ୍ତି ମିଳିପାରେ ବୋଲି ଆଶା ବାନ୍ଧିଛନ୍ତି ସାଧାରଣ ଜନତା । ମଧ୍ୟବିତ୍ତ ବର୍ଗକୁ ଖୁସି କରିବାକୁ ମଧ୍ୟ ସୀମା ୫ ଲକ୍ଷକୁ ବଢିପାରେ । ସେହିପରି ନିଯୁକ୍ତି ସୃଷ୍ଟି ଓ ଦରଦାମ୍ ହ୍ରାସ ହେବା ନେଇ ଆଶା କରାଯାଉଛି । ଏଥିସହ ସଡକ, ପରିବନ, ରେଳବାଇ ଓ କୃଷି କ୍ଷେତ୍ରରେ ବଜେଟରେ ଗୁରୁତ୍ବ ଦିଆଯାଇପାରେ । ବେତନ ଭୋଗୀଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ ବଢିପାରେ । ଷ୍ଟାର୍ଟଅପ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଲାଗି ଆଞ୍ଜେଲ ଟ୍ୟାକ୍ସ ଛାଡ ଭଳି ପଦକ୍ଷେପ ନିଆୟାଇପାରେ ।