ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଜଣେ ପ୍ରତିଷ୍ଠିତ ଓକିଲଙ୍କ ଉପରକୁ ଏସିଡ୍ ମାଡ।ପାରଳାଖେମୁଣ୍ଡି ଓକିଲ ସଂଘର ବରିଷ୍ଠ ଓକିଲ ପି ରାମରାଓ ଆଜି ଅପରାହ୍ନରେ ଜଙ୍ଗମୁ ସାହି ସ୍ଥିତ ନିଜ ବାସ ଭାବନରେ ରହିଥିବା ସମୟରେ ଦୁଇଜଣ ଦୁର୍ବୁତ୍ତ ବାଇକ ରେ ଆସି ରାମରାଓଙ୍କ କବାଟ ମାରି ଡାକିଥିଲେ, ଓକିଲ ଜଣକ କବାଟ ଖୋଲି ଦେଖିବା ସମୟରେ ହଠାତ କେହି ଜଣେ ଗ୍ଲାସ ରେ ଏସିଡ୍ ଧରି ତାଙ୍କ ଉପରକୁ ଫୋପାଡ଼ି ଥିଲା, ଏହାପରେ ଓକିଲଙ୍କ ଦେହ ସାରା ଜଳିଯିବା ସହ ମୁହଁରେ ଅଧିକାଂଶ ଜାଗାରେ ଏସିଡ୍ ପଡି କ୍ଷତ ବିକ୍ଷତ ହୋଇଛି।ତାଙ୍କୁ ସେଠାରୁ ପୋଡ଼ାଶୀ ଏବଂ ସହଯୋଗୀ ଓକିଲଙ୍କ ଦ୍ୱାରା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା,ସେଠାରେ ପ୍ରାଥମିକ ଚିକିତ୍ସା ପରେ ଆଖିରେ ଏସିଡ୍ ପଡିଯାଥିବା ଯୋଗୁଁ ଗୁରୁତର ଅବସ୍ଥାରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି ତେବେ ବର୍ତ୍ତମାନ ସୁଦ୍ଧା ଏସିଡ୍ ପକାଇବା ପଛର କାରଣ ଅସ୍ପଷ୍ଟ ରହିଛି ସେପଟେ କିଏ ଏହିଭଳି ଜଘନ୍ୟ କାଣ୍ଡ କରିଛି ତାହାର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳି ପାରିନାହିଁ।ଏଭଳି କାର୍ଯ୍ୟକୁ ପାରଳାଖେମୁଣ୍ଡି ଓକିଲ ସଂଘ ଦୃଡ଼ ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ଦୋଷୀଙ୍କ ବିରୋଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଏବଂ ଦୋସୀଙ୍କୁ ଗିରଫ କରିବା ପରେ ଆଗାମୀ ଦିନରେ ଦୋଷୀଙ୍କ ଜାମିନ ଆବେଦନ କୌଣସି ମତେ କରାଇଦିଆଯିବ ନାହିଁ ବୋଲି ଓକିଲ ସଂଘ ନିଷ୍ପତ୍ତି ନେଇଛନ୍ତି।ସେପଟେ ଗଜପତି ଏସ୍ପି ଘଟଣାସ୍ଥଳ ପରିଦର୍ଶନ ସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଯେହେତୁ ଓକିଲ ରାମରାଓ ବର୍ତ୍ତମାନ କୌଣସି ସୂଚନା ଦେବା ପରିସ୍ଥିତିରେ ନାହାନ୍ତି ତେଣୁ ପୋଲିସ ଆଖପାଖ ରେ ଥିବା ସିସି ଟିଭି ଫୁଟେଜ ଓ ଘଟଣା ଘଟିବା ସମୟରେ ପାରଳାଖେମୁଣ୍ଡି ସହରର ଜଙ୍ଗମୁ ସାହି ଭିତରେ କିଏ ଚଳ ପ୍ରଚଳ କରୁଥିଲେ ସେହି ସମସ୍ତ ତଥ୍ୟକୁ ଅନୁସନ୍ଧାନ କରୁଛି , ଏସିଡ୍ ମାଡ ଘଟଣା ପାରଳାଖେମୁଣ୍ଡି ସହରରେ ପ୍ରଥମ ଥର ପାଇଁ ହୋଇଛି ତେଣୁ ପୋଲିସ ଏହାକୁ ଗୁରୁତର ସହ ନେଇ ତଦନ୍ତ କରୁଥିବା କହିଛି ପୋଲିସ l