ଆନ୍ଧ୍ରରେ ଆରମ୍ଭ ଚନ୍ଦ୍ରବାବୁଙ୍କ ରାଜୁତି 

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁଙ୍କ ରାଜୁତି ଆରମ୍ଭ ହୋଇଛି । ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଛନ୍ତି ଏନ ଚନ୍ଦ୍ରବାବୁ ନାଇଡୁ । ଶପଥପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଜେପି, ଟିଡିପି ଓ ଜନସେନାର ବରିଷ୍ଠ ନେତୃବୃନ୍ଦ ସାମିଲ ହୋଇଥିଲେ । ନାଇଡୁଙ୍କ ସମେତ ଟିଡିପିର ୨୧ଜଣ, ଜନସେନାର ଦୁଇଜଣ ଓ ବିଜେପିର ଜଣେ ମନ୍ତ୍ରୀ ଗୋପନୀୟତାରେ ଶପଥପାଠ କରିଛନ୍ତି ।

ଏଥିସହ ଉପମୁଖମନ୍ତ୍ରୀ ଭାବେ ଜନସେନା ମୁଖ୍ୟ ପୱନ କଲ୍ୟାଣ ଓ ଚନ୍ଦ୍ରବାବୁଙ୍କ ପୁଅ ନାରା ଲୋକେସ ମନ୍ତ୍ରୀଭାବେ ଶପଥ ନେଇଛନ୍ତି ।ଚଳିତ ନିର୍ବାଚନରେ ଦମଦାର ପ୍ରଦର୍ଶନ କରିଛି ତେଲେଗୁ ଦେଶମ ପାର୍ଟି । ଉଭୟ ଲୋକସଭା ଓ ବିଧାନସଭାରେ ଆଶାନୁରୂପକ ପ୍ରଦର୍ଶନ କରି ପୁଣି ଥରେ ସରକାର ଗଠନ ପାଇଁ ଏକମାତ୍ର ଦାବିଦାର ବନିଥିଲା ।ବିଧାନସଭାର ୧୭୫ ଆସନରୁ ଟିଡିପି ୧୩୫ ଆସନ ହାତେଇବାରେ ସଫଳ ହୋଇଥିଲା ସେହିପରି ଲୋକସଭାରେ ୧୬ ଆସନ କରି କେନ୍ଦ୍ରରେ ମୋଦୀ ସରକାରଙ୍କ ପ୍ରମଖ ସହେଯାଗୀ ହୋଇପାରିଛି ।

LEAVE A REPLY

Please enter your comment!
Please enter your name here