ବଡବିଲରେ ମହା ଆଡ଼ମ୍ବରରେ ପାଳିତ ହେଲା ଛଟ ପର୍ବ 

0

ବଡ଼ବିଲ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବଡବିଲ ସହରରେ ଶାନ୍ତି ଶୃଙ୍ଖଳାରେ ତଥା ମହା ଆଡ଼ମ୍ବରରେ ଶେଷ ହୋଇଛି ଆସ୍ଥାର ପର୍ବ ଛଟ୍ । ବଡବିଲ ଉପରବସ୍ତି ସ୍ଥିତ ଡ୍ୟାମ ଷ୍ଟେସନରୋଡ ନିକଟସ୍ଥ କାରୋନଈ ଛଟ ଘାଟରେ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇ ଏହି ପର୍ବ ପାଳନ କରିଛନ୍ତି। ଗତକାଲି ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରାଯାଇ ଥିବା ବେଳେ ଆଜି ସକାଳୁ ଉଦୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି ଶ୍ରଦ୍ଧାଳୁ। ସେହି କ୍ରମରେ ଆଜି ଭୋର୍ ସମୟରୁ ହଜାର ହଜାର ଶ୍ରଦ୍ଧାଳୁ ଷ୍ଟେସନରୋଡ ନିକଟସ୍ଥ କାରୋନଈ ଛଟ ଘାଟରେ ସମବେତ ଭାବରେ ଉପାସନା ଆରମ୍ଭ କରିଥିଲେ। ସୂର୍ଯ୍ୟ ଉଦୟ ପରେ ଉଦୟମାନ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିବା ସହ ଅର୍ଘ୍ୟ ଅର୍ପଣ କରି ଶ୍ରଦ୍ଧାଳୁ ନିଜ ବ୍ରତ ଉଦଯାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here