ସୁବର୍ଣ୍ଣପୁର ( ବିପ୍ଲବୀ ପରିକ୍ରମା ):-ସୁବର୍ଣ୍ଣପୁର ଜିଲ୍ଲାରେ ବିଜେପି ଦଳ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ। ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଲୁଣ୍ଡା କଲେଜ ପଡିଆ ଠାରେ ବିଜେପି ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । ଉଲୁଣ୍ଡା କଲେଜ ଖେଳ ପଡିଆ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ବିଜେପି ଦଳର ବୀରମାହାରାଜପୁର ବିଧାନସଭା ପ୍ରାର୍ଥୀ ରଘୁନାଥ ଜଗଦଲ ଓ ବଲାଙ୍ଗିର ଲୋକସଭା ସାଂସଦ ପ୍ରାର୍ଥୀନି ସଙ୍ଗିତା କୁମାରୀ ସିଂଦେଓ ପାଇଁ ଭୋଟ ମାଗିଛନ୍ତି । ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ବିଜିପୁରରୁ ନିର୍ବାଚନୀ ସଭା ସାରି ହେଲକେପ୍ଟର ଯୋଗେ ଆସି ଉଲୁଣ୍ଡା ଖେଳ ପଡିଆ ଠାରେ ହୋଇଥିବା ଆସ୍ଥାୟୀ ହେଲିପେଟରେ ଓହ୍ଲାଇ ନିର୍ବାଚନୀ ବିଜୟ ସଂକଳ୍ପ ସମାବେଶ ସଭାରେ ଯୋଗଦେଇଛନ୍ତି । ଏହି ସଭାରେ ବୀରମହାରାଜାପୁର ନିର୍ବାଚନ ମଣ୍ଡଳୀର ହଜାର ହଜାର କର୍ମୀ ଓ ସମର୍ଥିକ ଯୋଗଦେଇଛନ୍ତି l
ଏହି ନିର୍ବାଚନୀ ସଭାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଉପରେ ଅଭିଭାଷଣ ରଖିବା ସହ ବିଧାନସଭା ପ୍ରାର୍ଥୀ ରଘୁନାଥ ଜଗଦଲା ଓ ବଲାଙ୍ଗୀର ଲୋକସଭା ସାଂସଦ ପ୍ରାର୍ଥିନୀ ସଙ୍ଗୀତା କୁମାରୀ ସିଂଦେଓଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ l ଛତିସଗଡ ରାଜ୍ୟରେ ଯେଉଁଭଳି ଭାବରେ ବିଜେପି ଦଳ ବିଜୟୀ ହୋଇ ଡବଲ ଇଞ୍ଜିନ ସରକାର ହୋଇ ଲାଭ ଉଠାଉଛନ୍ତି ଜନସାଧାରଣ ସେହିଭଳି ଭାବରେ ଓଡ଼ିଶାରେ ବି ଡବଲ ଇଞ୍ଜିନ ସରକାର କରିବାକୁ କହିଥିଲେ l