ଖଣି ଅଞ୍ଚଳରେ ପୁଣି ଆରମ୍ଭ ହେଲା କୁକୁଡାପଡା ଜୁଆଖେଳ

0

କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବେଆଇନ ଭାବେ ବେଧଡକ ଚାଲିଛି ଜୁଆ ଖେଳ ଲକ୍ଷ ଲକ୍ଷ ଟଙ୍କାର ଲାଗୁଛି ବାଜି, ଗଞ୍ଜା ଲଢ଼େଇ ଆଳରେ ଲାଗୁଛି ଜୁଆ ଖେଳ ,କିଏ ମାଲା ମାଲ ହେଉଛି ତ ଆଉ କିଏ ହେଉଛି ସର୍ବସ୍ବାନ୍ତ, ଜଙ୍ଗଲ ଭିତରେ ଲାଗୁଛି ବାଜି , କୁକୁଡା ପଡା ଜୁଆଖେଳ ଦ୍ବାରା ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଅଶାନ୍ତକର ବାତାବରଣ ସୃଷ୍ଟି କରୁଛି ଜୁଆ ଆଡା , ସବୁ ଜାଣି ଶୁଣି ଚୁପ ରହିଛି ପୋଲିସ, ଅଭିଯୋଗ ପ୍ରକାରେ କେନ୍ଦୁଝର ଜିଲ୍ଲା ସୀମାନ୍ତ ବଡ଼ବିଲ ଓ ବଲାଣି ଥାନା ଅଞ୍ଚଳରେ ଚାଲିଛି ଏହି କୁକୁଡ଼ା ପଡା ଜୁଆଖେଳ ଯାହାର ଭିଡିଓ ଏବେ ମୋବାଇଲ ରୁ ମୋବାଇଲକୁ ଘୁରି ବୁଲୁଛି । ପୁର୍ବରୁ ଏହି ଖେଳକୁ ସରକାର ବେଆଇନ ଘୋଷଣା କରିଥିଲେ ଆଊ କିଛି ଦିନର ନିରବତା ପରେ ପୁଣି ଜମୁଛି ଜୁଆଡିଙ୍କ ଆସର |

ଭାଇରାଲ୍ ହେଉଥିବା ଭିଡିଓ ବଲାଣି ଥାନା ଅନ୍ତର୍ଗତ ହରମଠ ଜଙ୍ଗଲ ମଧ୍ୟରେ ଚାଲିଥିବା କୁକୁଡାପଡା ଓ ଜୁଆଖେଳର ହୋଇଥିବା ବେଳେ ବଡବିଲ ଥାନା ଅନ୍ତର୍ଗତ ବୈତରଣୀ ଗୋଶାଳା ନିକଟରେ ମଧ୍ୟ ଏକ କୁକୁଡାପଡା ଓ ଜୁଆଖେଳର ଆଡ୍ଡା ରହିଥିବା ଜଣାପଡିଛି। ରବିବାର, ସୋମବାର ଓ ବୁଧବାର ଗଞ୍ଜା ଲଢ଼େଇ ସହ ହାବାଡାବା ଜୁଆଖେଳ ଆୟୋଜନ କରି କିଛି ଲୋକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ଗରିବ ଖଟିଖିଆ ଲୋକ ନିଜ ଉପାର୍ଜିତ ଧନ ହରାଉଛନ୍ତି। ଫଳରେ ଘରେ ଘରେ ଅଶାନ୍ତିର ବାତାବରଣ ଖେଳି ଯାଉଛି। ଅଧିକାଂଶ ସମୟରେ ଏହି କୁକୁଡାପଡା ଓ ଜୁଆଖେଳର ଆଡ୍ଡାରେ ଗଣ୍ଡଗୋଳ ଘଟୁଥିବା ମଧ୍ୟ ନଜିର ରହିଛି । ଖଣି ଅଞ୍ଚଳରେ ହଜାର ହଜାର ଲୋକଙ୍କ ଭିଡ଼କୁ ନେଇ ଏପରି ଖେଳ ଚାଲିଛି। ଏପରି ପରିସ୍ଥିତିରେ ପୋଲିସ କାନକୁ ଏହି ଖବର ନ ଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l

LEAVE A REPLY

Please enter your comment!
Please enter your name here