ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଶିଶୁମନ୍ଦିର ଗୁରୁଜୀରୁ ମୁଖ୍ୟମନ୍ତ୍ରୀ,ଓଡିଶା ଦେଖିଲା ବିଜେପି ସରକାରର ନୂଆ ମୁଖ୍ୟମନ୍ତ୍ରୀ,ବିଧାୟକ ମୋହନ ଚରଣ ମାଝିଙ୍କ ନାଁରେ ବାଜିଲା ମୋହର,ସରପଞ୍ଚରୁ ଆରମ୍ଭ କରିଥିଲେ ନିଜ ରାଜନୈତିକ କ୍ୟାରିୟର,କେଉଁଝର ଆସନରୁ ଚାରି ଚାରି ଥରର ବିଧାୟକ,ମିଳିତ ସରକାରରେ ଉପମୁଖ୍ୟ ସଚେତକ ଥିଲେ ମୋହନ ଚରଣ ମାଝି l
ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟି ଶେଷରେ ଓଡିଶାକୁ ମିଳିଛି ବିଜେପି ସରକାରର ନୂଆ ମୁଖ୍ୟମନ୍ତ୍ରୀ l ଅନେକ ନାଁ କୁ ନେଇ ଚର୍ଚ୍ଚା ହୋଉଥିବା ବେଳେ କେଉଁଝର ବିଜେପି ବିଧାୟକ ମୋହନ ଚରଣ ମାଝିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି l ୨୦୦୪ ରୁ ୨୦୨୪ ଭିତରେ ଚାରି ଚାରି ଥର ବିଜେପି ବିଧାୟକ ଭାବେ ଜିତି ନିର୍ବାଚିତ ହୋଇଥିଲେ l ରାଜ୍ୟ ବିଜେପି ଦଳର ଅନେକ ପଦ ପଦବୀରେ ରହିଛନ୍ତି l ଯଦି ଆମେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ଦେଖିବା, ତାହେଲେ ସେ ବି.ଏ ପାସ କରିଛନ୍ତି l ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁଜୀ ଭାବେ ରହି ପିଲାଙ୍କୁ ପାଠ ମଧ୍ୟ ପଢ଼ାଇଛନ୍ତି l ପତ୍ନୀ ଙ୍କ ନାମ ଡାକ୍ତର ପ୍ରିୟଙ୍କା ମାରାଣ୍ଡି, ଜଣେ ଆୟୁର୍ବେଦ ଡାକ୍ତର ଭାବେ ଲୋକଙ୍କ ସେବା କରିଛନ୍ତି, ତାଙ୍କର ଦୁଇଟି ପୁତ୍ର ସନ୍ତାନ ଥିବା ବେଳେ ବାପା ମା ଉଭୟ ଦୁନିଆ ଛାଡି ଚାଲିଯାଇଛନ୍ତି l ଦୀର୍ଘ ବର୍ଷ ଧରି ସାମାଜିକ ସେବା କରିବା ପରେ ସରପଞ୍ଚ ଭାବେ ନିୟୋଜିତ ହୋଇଥିଲେ l ବିଜେଡି ବିଜେପି ମିଳିତ ସରକାର ରେ ଜଣେ ଉପମୁଖ୍ୟ ସଚେତକ ଭାବେ ଦାୟିତ୍ୱ ତୁଲାଇଛନ୍ତି ମୋହନ l ବିଧାନସଭା ରେ ଅତି ଶାଣିତ ସ୍ୱର ରେ ସରକାରଙ୍କୁ ଆକ୍ରମକ କରିଥାନ୍ତି ମୋହନ lତେବେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କରି ନାମ ଘୋଷଣା ହେବା ପରେ ବିଜେପି ନେତା ମାନଙ୍କ ମହଲରେ ଖୁସିର ଲହରୀ ଦେଖିବାକୁ ମିଳିଛି l
କେନ୍ଦୁଝର ଜିଲ୍ଲା ରାଇକଳା ଗାଁ ର ଗୁଣରାମ ମାଝିଙ୍କ ଏବଂ ଵାଲେ ମାଝିଙ୍କ ପୁଅ ହେଉଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି l ବର୍ତମାନ କେନ୍ଦୁଝର ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା l ଦୀର୍ଘ ୨୦ ବର୍ଷ ହେଲା କେନ୍ଦୁଝର ବାସୀଙ୍କ ବିଶ୍ୱାସ ଭାଜନ ହୋଇଥିବା ମୋହନ ଚରଣ ମାଝୀ ଅପ୍ରତିଦ୍ବନ୍ଦୀ ଭାବେ ବିଜୟ ଲାଭ କରିଆସୁଛନ୍ତି l ଅନେକ ସମୟରେ ବିଜେଡି ସରକାର ଉପରେ ବର୍ଷୀବା ଏବଂ ବିଧାନସଭା ବାହାରେ ଧାରଣା ଦେବା ସହ ନାରା ବାଜି ଦେବାର ନଜିର ରହିଛି l ସବୁ ଚର୍ଚ୍ଚା ପରେ ଶେଷରେ ରାଇକଳା ଗାଁ ର ପୁଅ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ l