ଗଜପତି (ବିପ୍ଲବୀ ପରିକ୍ରମା): –ନୂଆଗଡ଼ ଓଏସଆରଟିସି ତଥା “ଆମ ବସ ଷ୍ଟାଣ୍ଡ” ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ। ଉପାନ୍ତ ଦୁର୍ଗମ ଗ୍ରାମାଞ୍ଚଳରେ ସହରାଞ୍ଚଳ ଭଳି ନିର୍ମିତ ହୋଇଛି ବସ ଷ୍ଟାଣ୍ଡ। ଯାତ୍ରୀ ମାନଙ୍କ ସୁବିଧା ପାଇଁ ରହିଛି ମନୋରଞ୍ଜନ ନିମନ୍ତେ ଏଲ୍ ଇଡି ଟିଭି,ମୋବାଇଲ୍ ଚର୍ଚ୍ଚ, ପିଇବା ପାଣି ଓ ସୌଚଳ ବ୍ୟବସ୍ଥା। ବସ ଷ୍ଟାଣ୍ଡ କୁ ସୁନ୍ଦର ବା ଆକର୍ଷଣ କରିବା ଲାଗି ଚତୁର ପାଶ୍ୱର୍ରେ ସୁନ୍ଦର ସୁନ୍ଦର ଫୁଲଗଛ ଥିବାବେଳେ ବିଭିନ୍ନ କଳର ଆଲୋକରେ ଆଲୋକିତରେ ସଜା ହୋଇଛି। ସହରାଞ୍ଚଳ ବସଷ୍ଟାଣ୍ଡ ଭଳି ଉପାନ୍ତ ଦୁର୍ଗମ ଗ୍ରାମାଞ୍ଚଳରେ ବସ ଷ୍ଟାଣ୍ଡ ନିର୍ମିତ ହୋଇଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ସହ ଧନ୍ୟବାଦ୍ ଜଣାଇ ଛନ୍ତି ଅଞ୍ଚଳ ବାସି।
ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ନୂଆଗଡ଼ ବ୍ଲକ ସଦର ମହକୁମା ସ୍ଥିତ ନୂତନ ଓଏସଆରଟିସି ତଥା ଆମ ବସ ଷ୍ଟାଣ୍ଡକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମଧ୍ୟମରେ ଉଦଘାଟନ କରିଛନ୍ତି। ଗଜପତି ଜିଲ୍ଲାପାଳ ସ୍ମୁତି ରଞ୍ଜନ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ଲୋକାର୍ପଣ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇଥିବା ବେଳେ, ପ୍ରକଳ୍ପ ନିର୍ଦ୍ଦେଶକ ଡ଼ଃ ଗୁଣନିଧି ନାୟକ, ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସ, ଜିଲ୍ଲାପରିଷଦ ଗାବରା ତିରୁପତି ରାଓ, ଜିଲ୍ଲା ଏସଡିସି ଚେୟାରମେନ ମାରୀୟମ ରଇତ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବର, ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଥମେ ଜିଲ୍ଲାପାଳ କିଛି ବକ୍ତବ୍ୟ ରଖିଥିବା ପରେ ନୂଆଗଡ଼ ବ୍ଲକ ଜନ ସାଧାରଣଙ୍କ ନିମନ୍ତେ ଗ୍ରାମର ଅର୍ମିଏଲ୍ ଏଡଲା ଅଭିଭାଷଣ ଦେଇ ମାନ୍ୟବର ମୂଖ୍ୟମନ୍ତ୍ରୀ ଏବଂ ୫ଟି ଅଧ୍ୟକ୍ଷ ଭି କେ ପଣ୍ଡିଆନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇ ଥିଲେ।