ଦୁଇଦିନିଆ ୧୯ତମ ଶିମିଳିପାଳ ମହୋତ୍ସବ ସମାରୋହ, ମିନି ମାରାଥନକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0

ଶିମିଳିପାଳ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମୂଖ୍ୟମନ୍ତ୍ରୀ ଙ୍କ ୨ଦିନିଆ ମୟୂରଭଞ୍ଜ ଗସ୍ତର ଆଜି ହେଉଛି ଶେଷ ଦିନ। ଆଜି ସକାଳୁ ଯଶିପୁର ସ୍ଥିତ ରାମତ୍ରିର୍ଥ ଠାରେ ଶିମିଳିପାଳ ମହୋତ୍ସବର ମିନି ମାରାଥନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସୂଚନା ଅନୁଯାୟୀ ଗତକାଲି ଉଦଳାର ପ୍ରଗତି ପଥେ ମୟୂରଭଞ୍ଜର ଖୀଚିଂ ମହୋତ୍ସବ ରେ ଯୋଗଦେବା ପରେ ଯଶିପୁର ସ୍ଥିତ ରାମତୀର୍ଥ ଠାରେ ରାତ୍ରୀ ଯାପନ କରିଥିଲେ। ଏହାପରେ ଆଜି ପ୍ରାୟ ସକାଳ ୮ ଘଟିକା ୩୦ମିନିଟ୍ ସମୟରେ ମୂଖ୍ୟ ଅତିଥି ଭାବେ ମୁଖ୍ୟ ମନ୍ତ୍ରୀ ଯୋଗ ଦେଇ ରାମତିର୍ଥ ପରିସରରେ ୧୯ତମ ଶିମିଳିପାଳ ମହୋତ୍ସବର ଶ୍ରୁତି ଉଦ୍ଦେଶ୍ୟରେ ଏକ ଅଶୋକ ଗଛ ଲଗାଇଥିଲେ । ଏହା ପରେ ଶିମିଳିପାଳ ମହୋତ୍ସବର ମିନି ମାରଥାନର ଆୟାଜନ ହୋଇଥିବା କୁ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ ।

ଏହି ଉଦଘାଟନୀ ସମାରୋହ ଉତ୍ସବ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ,ରାଇରଙ୍ଗପୁର ବିଧାୟକ ନାବ ଚରଣ ମାଝି, ସାରସକଣା ବିଧାୟକ , ଶିମିଳିପାଳ ଏସିଏଫ ପ୍ରକାଶ ଚାନ୍ଦ ଗଗନାନୀ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ସମେତ ବହୁ ବନ ବିଭାଗର ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ। ସୁରକ୍ଷା କୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୋଏ ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ୍ ଅଧିକାରୀ,କର୍ମଚାରୀ ମନ୍ତ୍ରୀଙ୍କ ସୁରକ୍ଷା ରେ ନିୟୋଜିତ ଥିଲେ । ଏବଂ ପରେ କେନ୍ଦୁଝର ଅଭିମୁଖେ ଯାତ୍ରା କରିଛନ୍ତି ମୂଖ୍ୟମନ୍ତ୍ରୀ।

ଆଜିର ଏହି ମିନି ମାରାଥନ ରେ ୫୦୦ରୁ ଅଧିକ ଯୁବକ ଯୁବତୀ ମାନେ ଭାଗ ନେଇଥିବା ଦେଖିବାକୁ ମିଳିଥିବା ବେଳେ ଏହି ମମୋତ୍ସବ ସମାରୋହ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା କାଲି ଶେଷ ହେବ ବୋଲି ଶିମିଳିପାଳ ମହୋତ୍ସବ କମିଟି ପକ୍ଷରୁ ସୂଚନା ଦିଆ ଯାଇଛି।

LEAVE A REPLY

Please enter your comment!
Please enter your name here