ବିପ୍ଲବୀ ପରିକ୍ରମା ଡିଜିଟାଲ :- ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଫସଲ କ୍ଷୟକ୍ଷତି ପରଖିବାକୁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ବିଲକୁ ଓହ୍ଲାଇ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବାବେଳେ ନୟାଗଡ଼ ରଣପୁରରେ ପହଞ୍ଚି ଚାଷୀମାନଙ୍କ ସହ ଜମିକୁ ଯାଇ ଏହାର ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୋହନଙ୍କ ସହ ବାଚସ୍ପତି ସୁରମା ପାଢ଼ୀ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ଥିଲେ ।
ନୟାଗଡ଼ ପରେ ଗଜପତି ଜିଲ୍ଲାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଅନ ସ୍କୁଲ ପଡ଼ିଆରେ ହେଲିକପ୍ଟର ଯୋଗେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପାରଳାଖେମୁଣ୍ଡିରୁ କାରକେଡ୍ ବାହାରି ଗୋଷାଣୀ ଅନ୍ତର୍ଗତ ଗୁରାଣ୍ଡି ଗାଁ ପର୍ଯ୍ୟନ୍ତ ଆସିବା ସହ, ଅଦିନିଆ ବର୍ଷା ଯୋଗୁଁ ଅମଳ ଧାନ ନଷ୍ଟ ହୋଇଥିବା ଯୋଗୁଁ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ।
ସେମାନଙ୍କର ଅଭିଯୋଗ ମଧ୍ୟ ଶୁଣିବା କାର୍ଯ୍ୟକ୍ରମ ରହିଛି। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ କରିବା ନେଇ ମଧ୍ଯ ସୂଚନା ରହିଛି ।