ମହାକୁମ୍ଭରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

0

ପ୍ରୟାଗରାଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମହାକୁମ୍ଭରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉତ୍ତରପ୍ରଦେଶର ପ୍ରୟାଗରାଜ ଗସ୍ତ କରି କୁମ୍ଭ ବୁଡ଼ ପକାଇଛନ୍ତି ମୋହନ । “ବିଶ୍ୱାସ ଏବଂ ପରମ୍ପରାର ଅନନ୍ୟ ନିଦର୍ଶନ ହେଉଛି ମହାକୁମ୍ଭ” ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୋହନଙ୍କ ଧର୍ମପତ୍ନୀ ମଧ୍ୟ ତାଙ୍କ ସହ ବୁଡ ପକାଇଛନ୍ତି ।ମୁଖ୍ୟମନ୍ତ୍ରୀ ବୁଡ଼ ପକାଇବା ସହ ସେ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି । ପୂଜା, ଗଙ୍ଗା ଆରୀ କରି ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଶ୍ୱାସ, ପରମ୍ପରା ଓ ଦିବ୍ୟତ୍ବର ସଙ୍ଗମ ହେଉଛି ତ୍ରିବେଣୀ ସଙ୍ଗମ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସହିତ ଫୋନ ଯୋଗେ କଥା ହୋଇ ଏଭଳି ସୁନ୍ଦର ଆୟୋଜନ ପାଇଁ ଧନ୍ୟବାଦ ଜଣାଇଥିଲେ । ଉତ୍ତରପ୍ରଦେଶର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସତିଶ ଶର୍ମାଙ୍କୁ ମଧ୍ୟ ମୋହନ ଧନ୍ୟବାଦ ଦେଇଛନ୍ତି । ସତୀଶ ଶର୍ମା ପ୍ରୟାଗରାଜ ବିମାନ ବନ୍ଦର ଠାରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ ଏବଂ ପବିତ୍ର ବୁଡ଼ ଓ ପୂଜା ସମୟରେ ତାଙ୍କ ସହିତ ରହିଥିଲେ।

ସୂଚନା ଥାଉ କି, ଚଳିତ କୁମ୍ଭମେଳା ୧୪୪ ବର୍ଷରେ ଥରେ ଏଭଳି ତିଥି ପଡିଛି । ଏପର୍ଯ୍ୟନ୍ତ ପ୍ରାୟ ୫୫ କୋଟିରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ମହାକୁମ୍ଭରେ ବୁଡ଼ ପକାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ଦେଶାର ପ୍ରମୁଖ ରାଜନୈତିକ ବ୍ୟକ୍ତିବିଶେଷ ମହାକୁମ୍ଭରେ ଦିବ୍ୟ ସ୍ନାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here