ବ୍ରହ୍ମପୁର ମା’ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାରେ ମୋହନ ମାଝୀ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଦକ୍ଷିଣ ଓଡ଼ିଶା ର ପ୍ରମୁଖ ବ୍ରହ୍ମପୁର ସହର ରେ ଚାଲିଛି ମା ବୁଢ଼ୀ ଠାକୁରାଣୀ ଙ୍କ ଦୁଇ ବାର୍ଷିକ ଯାତ୍ରା l

 

ପ୍ରାୟ ମାସେ ଧରି ଏହି ଯାତ୍ରା ଚାଲିଥିବା ବେଳେ ଅନେକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ ମା’ଙ୍କ ଦର୍ଶନ ପାଈବା ପାଇଁ l

ପ୍ରତିଦିନ ଲକ୍ଷାଧିକ ଭକ୍ତ ମା’ଙ୍କ ଅପାର କୃପା ଲାଭ କରିବା ପାଇଁ ଅନତୀ ଦୂରରୁ ଧାଇଁ ଆସନ୍ତି l

ତେବେ ଏହି ଅଭିମୁଖେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବ୍ରହ୍ମପୁର ଆସି ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପରେ ଦର୍ଶନ ଲାଭ କରିବା ସହ ଗଞ୍ଜାମ ପ୍ରସିଦ୍ଧ ତଥା ମା’ଙ୍କ ଯାତ୍ରାରେ ପ୍ରମୁଖ ବେଶ ବାଘ ଦେଖି ବେଶ ଖୁସି ବ୍ୟକ୍ତ ହୋଇଥିଲେ l

ବ୍ରହ୍ମପୁର ର ଆରଧ୍ୟl ଦେବୀ ମା ବୁଢ଼ୀ ଙ୍କ ଦ୍ବିବାର୍ଷିକ ଯାତ୍ରା ୨୦୨୫ ଅବସରରେ ଓଡିଶା ର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ବ୍ରହ୍ମପୁର ଗ୍ରସ୍ତ ରେ ଆସି ମା ଙ୍କୁ ପୂଜାର୍ଚନାକରିବା ସହିତ ମା ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ଓଡିଶା ବାସୀଙ୍କ ତଥା ଗଞ୍ଜାମ ଜିଲ୍ଲା,ବ୍ରହ୍ମପୁର ବାସୀଙ୍କ ମଙ୍ଗଳ କାମନା କରିଥିଲେ l

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଙ୍କ ସହିତ ବ୍ରହ୍ମପୁର ସାଂସଦ ଡା. ପ୍ରଦୀପ କୁମାର ପାଣିଗ୍ରାହୀ,ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର,ଵି ଜେ ପି ର ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ସରୋଜ ସାବତ ମା ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ବ୍ରହ୍ମପୁର ବାସୀଙ୍କ ମଙ୍ଗଳ କାମନା କରିଥିଲେ l

ଭାରତୀୟ ଜନତା ପାର୍ଟି ବହୁ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ ଙ୍କ ବ୍ରହ୍ମପୁର ଗ୍ରସ୍ତ କୁ ସ୍ୱାଗତ କରିଥିଲେ l

LEAVE A REPLY

Please enter your comment!
Please enter your name here