ବିପ୍ଲବୀ ପରିକ୍ରମା ବ୍ୟୁରୋ :-:ଦୂର ହେବ ଆଳୁ ସଂକଟ । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାକୁ ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ୟା ଦୂର କରିବାକୁ ପଦକ୍ଷେପ ନେବା ପାଇଁ ଅନୁରୋଧ କଲେ ମୋହନ । ସେପଟେ ମମତା ବାନାର୍ଜୀ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।ରାଜ୍ୟରେ ଆଳୁ ସଂକଟ ଦେଖାଦେଇଥିବା ବେଳେ ଏବେ ସ୍ଥିତିରେ ସୁଧାର ଆସିବ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାରେ ଆଳୁ ସଂକଟ ଦୂର କରିବା ପାଇଁ ଆଳୁ ଯୋଗାଣକୁ ସ୍ଵାଭାବିକ କରିବାକୁ ଟେଲିଫୋନ ଯୋଗେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆଲେଚନା କରି ଆଳୁ ଯୋଗାଣ ସମସ୍ୟା ଦୂର କରିବାକୁ ଅନୁରୋଧ କରିଛନ୍ତି । ସେପଟେ ଏନେଇ ପଦକ୍ଷେପ ନେବେ ବୋଲି ମମତା ପ୍ରତିଶୃତି ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି, “ଦିଲ୍ଲୀରେ ଆପଣଙ୍କ ସହ ଆଲୋଚନା ହେବା ପରେ ଓଡ଼ିଶାକୁ ଆଳୁ ଯୋଗାଣ ସ୍ଵାଭାବିକ ହୋଇଥିଲା । ମାତ୍ର କିଛିଦିନ ପରେ ପୁଣିଥରେ ଓଡ଼ିଶାକୁ ଆଳୁ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଛି ।” ତେବେ ଏଥି ପ୍ରତି ଧ୍ୟାନ ଦେଇ ଆଳି ଯୋଗାଣ ସମସ୍ୟାକୁ ଦୂର କରିବାକୁ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନୁରୋଧ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।