କଟକ ( ବିପ୍ଲବୀ ପରିକ୍ରମା ):- ବାରବାଟୀ ଷ୍ଟାଡିୟମ ର ନବୀକରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ୱ ସ୍ତରୀୟ ସୁବିଧା ସୁଯୋଗ ସହ ନିର୍ମାଣ ହେବ ବାରବାଟୀ ଷ୍ଟାଡିୟମ । ଏହାସହ 30 ଜିଲ୍ଲାର 41 କ୍ରିକେଟ ଏକାଡେମୀ ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀ ଙ୍କ ସହ 5t ଅଧକ୍ଷ କାର୍ତ୍ତିକ ପାଣ୍ଡିୟାନ ମଧ୍ୟ ଭରଚୁଆଲ ମାଧ୍ୟମରେ ଉପସ୍ଥିତ ରହିଥିଲେ । ଵାରବାଟି ଷ୍ଟାଡିୟମ ରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାର କାନ୍ତି ବେହେରା, IPL ଅଧକ୍ଷ ଅରୁଣ ସିଂ ଧୂମାଲ, ପୂର୍ବତନ ଭାରତୀୟ କ୍ରିକେଟିୟର ଇରଫାନ ପଠାନ୍,ପ୍ରଜ୍ଞାନ ଓଝା, ଦେବାଶିଷ ମହାନ୍ତି, ଶିବ ସୁନ୍ଦର ଦାସ, ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ସଞ୍ଜୟ ବେହେରା ଓ ଏକାଧିକ ବିଧାୟକ ଅନ୍ୟ ନେତୃବୃନ୍ଦ ମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଓସିଏ ପକ୍ଷରୁ ଉପସ୍ଥିତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଓଲିଉଡ଼ କଣ୍ଠଶିଳ୍ପୀ ଦୀପ୍ତିରେଖା ଓ ସ୍ୱୟଂମ ଗୋଟିଏ ପରେ ଗୋଟିଏ ହିଟ ଗୀତ ଗାଇଥିଲେ । ଏହାପରେ ବଲିଉଡ କଣ୍ଠଶିଳ୍ପୀ ନେହା କକ୍କର ଓ ତାଙ୍କ ଟିମ ଦମଦାର ସଙ୍ଗୀତ ପରିବେଷଣ କରି ଵାରବାଟି ଷ୍ଟାଡିୟମ ରେ ଉପସ୍ଥିତ ଦର୍ଶକ ମାନଙ୍କୁ ଝୁମାଇ ଦେଇଥିଲେ । ନେହା କକ୍କର ଙ୍କ ଗୀତରେ ଦର୍ଶକ ମାନେ ଭରପୁର ମନୋରଞ୍ଜନ କରିଥିଲେ ।