କଟକ ( ବିପ୍ଲବୀ ପରିକ୍ରମା ):- ଆସନ୍ତାକାଲି ବାରବାଟୀ ଷ୍ଟାଡିୟମର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଷ୍ଟାଡିୟମରେ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ । ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅବସରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ପ୍ରାୟ ୨୦ ହଜାର ଦର୍ଶକ ଷ୍ଟାଡିୟମରେ ବସି ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ଓସିଏ । ଏହା ପୂର୍ବରୁ ଆସି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି ପୋଲିସ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏହାର ଶିଳାନ୍ୟାସ କରାଯିବାକୁ ଥିବାବେଳେ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଅପରାହ୍ନ ସାଢେ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବଲିଉଡ ଗାୟିକା ନେହା କକ୍କର ଓ ତାଙ୍କ ଗ୍ରୁପଙ୍କ ସହ ଓଡ଼ିଶାର କଳାକାରମାନେ ନୃତ୍ୟଗୀତ ପରିବେଷଣ କରିବେ । ଏଥିପାଇଁ ବାରବାଟୀ ଷ୍ଟାଡିୟମରେ ଯୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ପାଇଁ ପଡ଼ିଆ ଭିତରେ ଏକ ବିଶାଳ ମଞ୍ଚ ପ୍ରତିଷ୍ଠା କରାଯାଇଥିବା ବେଳେ ପଡ଼ିଆ ଭିତରେ ୫ ହାଜର ଓ ଗ୍ୟାଲେରୀରେ ୧୫ ହଜାର ଏଭଳି ପ୍ରାୟ ୨୦ ହଜାର ଦର୍ଶକଙ୍କ ବସିବା ବ୍ୟବସ୍ଥା କରାଯାଇଛି ।