ନିର୍ବାଚନ ପ୍ରଚାର ପାଇଁ ଦିନିକିଆ ଗସ୍ତରେ ମୁଖ୍ୟମନ୍ତ୍ରୀ : ବିରୋଧୀ ଙ୍କୁ ସିଧା ଆଟେକ୍ କଲେ ପାଣ୍ଡିଆନ୍ 

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ନିର୍ବାଚନୀ ପ୍ରଚାର ପାଇଁ ଦିନିକିଆ ମୟୂରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ। ଶୁକ୍ରବାର ପାଇଁ, nମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ରାଇରଙ୍ଗପୁର ଏବଂ ବାରିପଦାରେ ଆୟୋଜିତ ଜନସଭାରେ ବିଜୁ ଜନତା ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କ ପାଇଁ ଜନତାଙ୍କର ସମର୍ଥନ ଲୋଡିଛନ୍ତି।. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ବିମାନ ବନ୍ଦରରୁ ୧୦.୨୫ରେ ହେଲିକେପ୍ଟର ଯୋଗେ ବାହାରି ପ୍ରଥମେ ରାଇରଙ୍ଗପୁର ସ୍ଥିତ କନ୍ୟା ଆଶ୍ରମ ପଡ଼ିଆରେ ୧୧.୩୦ ଅବତରଣ କରି ରାଇରଙ୍ଗପୁର କଚେରୀ ପଡ଼ିଆରେ ନିର୍ବାଚନୀ ପ୍ରଚାର ସମାବେଶରେ ଯୋଗ ଦେଇଛନ୍ତି।. ସେଠାରୁ ସମାବେଶ ସାରି ବାରିପଦାର ଛଉ ପଡ଼ିଆରେ ୧.୧୦ ମି ରେ ପହଞ୍ଚିଥିଲେ। ଆୟୋଜିତ ସମାବେଶରେ ଉଦଳା,ବାରିପଦା, ମୋରୋଡା,ଓ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ଉଦବୋଧନ ଦେଇ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରି ଭୋଟ ଭିକ୍ଷା କରିଛନ୍ତି। ନିଜ ଭାଷଣ ରେ ମୂଖ୍ୟମନ୍ତ୍ରୀ ବିଜେଡି ସରକାର ଙ୍କ ଦ୍ଵାରା ଦିଆଯାଇଥିବା ବିଭିନ୍ନ ଯୋଜନା ଭଲ କି ନାଇଁ ବୋଲି ପଚାରିଥିଲେ। ବିରୋଧୀ ଙ୍କୁ ସିଧା ଆକ୍ଷେପ କରି ସେମାନେ ମିଛ କହିବ ସହିତ କୁମ୍ବୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି। ସେହିଭଳି 5t ଅଧ୍ୟକ୍ଷ ଭିକେ ପଣ୍ଡିଆନ ମଧ୍ୟ ନିଜ ଭାଷଣ ରେ ବିରୋଧୀ ଙ୍କୁ ଟାର୍ଗେଟ କରି ବିଭିନ୍ନ ଯୋଜନା ସମସ୍ତଙ୍କୁ ଦେଖା ଯାଉଥିବା ବେଳେ କେବଳ ସେମାନଙ୍କୁ ଦେଖା ଯାଉନାହିଁ ବୋଲି କହିଛନ୍ତି।

ତେଣୁ ସେମାନଙ୍କ ମିଛ କୁ ନଶୁଣି ନବୀନ ବାବୁ ଙ୍କୁ ଡବଲ ସଂଖରେ ଭୋଟ ଦେଇ ବିକାଶର ଧାରା କୁ ଆଗକୁ ନେବାଲାଗି ଅନୁରୋଧ କରିଛନ୍ତି। ଆସନ୍ତା 9 ତାରିଖ ରେ ମୂଖ୍ୟମନ୍ତ୍ରୀ ଷଷ୍ଠ ଥର ଲାଗି ଶପଥ ନେଲେ ପ୍ରଥମେ ମାଗଣା ବିଜୁଳି, ସମସ୍ତଙ୍କୁ BSKY କାର୍ଡ ଓ ମିଶନ ଶକ୍ତି ମାଆ ମାନଙ୍କୁ ଭତ୍ତା ଓ ପେନସନ ଏହି 3ଟି ଆଦେଶ ରେ ଦସ୍ତଖତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କାର୍ଯ୍ୟକ୍ରମ ସାରି ୨.୧୫ ମିନିଟ୍ ରେ ବାରିପଦା ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରି ବିଶ୍ରାମ ନେବା ପରେ ଅପରାହ୍ନ ୩.୨୫ରେ ହେଲିକେପ୍ଟର ଯୋଗେ ବାଲେଶ୍ବର ଜିଲ୍ଲାକୁ ଗସ୍ତ କରିଛନ୍ତି lମୂଖ୍ୟମନ୍ତ୍ରୀ ଓ 5t ଅଧ୍ୟକ୍ଷ ଙ୍କ ଏହି ନିର୍ବାଚନୀ ପ୍ରଚାର ପରେ ମୟୂରଭଞ୍ଜ ରେ ଡବଲ ଶଙ୍ଖ ର ପ୍ରଭାବ ବହୁଗୁଣରେ ବଢିବ ବୋଲି କହିଛନ୍ତି ପ୍ରାର୍ଥୀ ଓ ସମର୍ଥକ ମାନେ।

 

 

LEAVE A REPLY

Please enter your comment!
Please enter your name here