ନବୀନଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀକୁ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ନଆସିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ନବୀନଙ୍କୁ ଡାକିଥିଲୁ। ସେ ଆସିଲେ ନାହିଁ। ବିଧାନସଭାକୁ ମଧ୍ୟ ଡକାଯାଇଥିଲା। ସେଥିରେ ମଧ୍ୟ ଉପସ୍ଥିତ ରହିଲେ ନାହିଁ। ମୁଁ ଶୁଣିଥିଲି ସନ୍ଧ୍ୟା ସମୟ ହେଲେ ସେ ଆସନ୍ତି ନାହିଁ। ୨୦୨୦ ମସିହା ଠାରୁ ସନ୍ଧ୍ୟା ସମୟରେ ସେ କୁଆଡେ ଯାଆନ୍ତି ନାହିଁ। ସେଥି ପାଇଁ ବୋଧେ ଆସିଲେ ନାହିଁ।

କିନ୍ତୁ ସକାଳେ ବିଧାନସଭା ଆସିପାରିଥାନ୍ତେ। ଏ କାର୍ଯ୍ୟକ୍ରମକୁ ନେଇ ରାଜନୀତି କରିବା ଠିକ ନୁହେଁ । ବିଧାୟକ ଆଉ ମେୟର ବି ଆସିଲେନି। ଆଜି ଆସିଥିଲେ ଭଲ ହୋଇଥାନ୍ତା। ଓଡିଶା ବାସୀଙ୍କୁ ବହୁତ ବଡ଼ ମେସେଜ ଦେଇ ପାରିଥାନ୍ତେ। ଏହା ସହ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରକୁ ଟାର୍ଗେଟ କରି କହିଛନ୍ତି ୨୦୦୦ ମସିହାରୁ ବିଜୁ ବାବୁଙ୍କ ସ୍ୱପ୍ନ ଗାଁକୁ କାମ ମା’କୁ ସମ୍ମାନ ବାଟବଣା ହୋଇଗଲା।ଯେଉଁମାନେ କହିଥିଲେ ବିଜୁ ବାବୁଙ୍କ ଅଧା ସ୍ବପ୍ନ ପୂରଣ କରିବୁ। ସେମାନେ କରିପାରିଲେ ନାହିଁ। ଆମ ସରକାର ପୂରଣ କରିବାକୁ ଯାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ଅଭିଭାଷଣ ରେ କହିଛନ୍ତି l

LEAVE A REPLY

Please enter your comment!
Please enter your name here