ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଗଞ୍ଜାମ ଗସ୍ତରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।ଗଞ୍ଜାମ ଜିଲ୍ଲାର ଶେରଗଡ଼ରେ ପହଞ୍ଚିଥିଲେ ନବୀନ। ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବା ସହ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ଯାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା । ଏହାପରେ ଶୀତଳାପଲ୍ଲୀଠାରେ ନିର୍ମିତ ସମ୍ ହସ୍ପିଟାଲର ନୂଆ ୟୁନିଟକୁ ଉଦଘାଟନ କରିଲେ ମୁଖ୍ଯମନ୍ତ୍ରୀ । ପରେ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ପଡ଼ିଆରେ ଏକାଧିକ ପ୍ରକଳ୍ପ ଉଦଘାଟନ କରିବା କାର୍ଯ୍ଯକ୍ରମ ରହିଥିଲା । ଘଟକେଶ୍ବର ବହୁମୁଖୀ ପ୍ରକଳ୍ପ, ହରଭଙ୍ଗି ସଂପ୍ରସାରିତ ପ୍ରକଳ୍ପ, ଛେଳିଗଡ଼ ଟନେଲର ଉଦଘାଟନ ସହ ଡ୍ଯାମ ଓ ଜାନିବିଲି ବ୍ଯାରେଜ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଲେ ମୁଖ୍ଯମନ୍ତ୍ରୀ । ଆକ୍ମି କ୍ଲିନ ଏନର୍ଜି ପ୍ରାଇଭେଟ ଲିମିଟେଡର ଓ ଅଭଢା ଗୃପ ଅଫ କମ୍ପାନିଜର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ।
ମୁଖ୍ଯମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗତକାଲି ସମୀକ୍ଷା କରିଥିଲେ ବିଜେଡି ସାଂସଦ ମାନସ ମଙ୍ଗରାଜ। ଶୀତଳାପଲ୍ଲୀ ଓ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ପଡ଼ିଆରେ ପହଞ୍ଚି ସାଂସଦ ମାନସ ମଙ୍ଗରାଜ, ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ସୁବାସ ଚନ୍ଦ୍ର ବେହେରା ପହଞ୍ଚି ପ୍ରସ୍ତୁତିର ଅନୁଧ୍ଯାନ କରିଥିଲେ।ଏସିଏମ୍ଇ କ୍ଲିନ୍ଟେକ୍ ସଲ୍ୟୁସନ୍ ଆଲୋଚ୍ୟ ପ୍ରକଳ୍ପରେ ୨୭ ହଜାର କୋଟି ଟଙ୍କା ନିବେଶ ହେବ । ଏହା ମାଧ୍ୟମରେ ୪ ହଜାର ଯୁବପିଢିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ଅଭଡା ଗ୍ରୀନ୍ ଏଚ୍୨ ପ୍ରାଇଭେଟ୍ ଲିମିଟେଡ୍ ଏହାର ପ୍ରକଳ୍ପରେ ୮ ହଜାର କୋଟି ଟଙ୍କା ନିବେଶ କରିବ ।