ମୁଖ୍ୟମନ୍ତ୍ରୀଙ୍କ ଅଷ୍ଟମ ଅଭିଯୋଗ ଶୁଣାଣି, ପଞ୍ଜିକୃତ ହେଲା ୧୦୦୦ ଦରଖାସ୍ତ 

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଷ୍ଟମ ଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି । ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ୧୦୦୦ ଦରଖାସ୍ତ ପଞ୍ଜିକୃତ ହୋଇଛି ଏବଂ ୭୦୦ ଅଭିଯୋଗ ଶୁଣି କାର୍ଯ୍ୟକରି କରିବାକୁ ବିଭିନ୍ନ ବିଭାଗକୁ ପଠାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି l

ତେବେ ଆଜି ଯାଏଁ ମୋଟ ୮୦୩୧ ଦରଖାସ୍ତ ମିଳିଥିବାବେଳେ ୬ ହଜାର ୫୪୫ ଅଭିଯୋଗର ସମାଧାନ ହୋଇଛି। ଯେତିକି ଅଭିଯୋଗ ଆସିଛି ବିଭିନ୍ନ ବିଭାଗ ସହ ଆଲୋଚନା କରି ସମାଧାନ କରାଯାଉଛି। ପ୍ରାୟ ୮୧ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି।

ତେବେ ଭୁବନେଶ୍ୱର ନ ଆସି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅପିଲ କରିଛନ୍ତି। ଭୁବନେଶ୍ୱର ଆସି ଅଯଥା ଖର୍ଚ୍ଚ ନକରି ଜିଲ୍ଲାସ୍ତରରେ ଅଭିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here