ଗଞ୍ଜାମ, ଚିକିଟି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରବିବାର ଗଞ୍ଜାମ ଗସ୍ତ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସି ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ରେ ଯୋଗ ଦେବା ସହ ପ୍ରଥମେ ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀ ଙ୍କ ଯାତ୍ରା ରେ ପହଞ୍ଚି ମା’ଙ୍କ ଆଶୀର୍ବାଦ ଭିକ୍ଷା କରି ରାଜ୍ୟର ଶୁଭମନାସି ଥିଲେ l ପରେ ବାଘ ନାଚ ଦେଖିବା ସମୟରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀଙ୍କୁ ଅଣଦେଖା କରିବା ନଜର ଆସିଥିଲା l ପରେ ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏକ ବିଦ୍ୟାଳୟ ର କାର୍ଯ୍ୟକ୍ରମ ରେ ଯୋଗ ଦେଇ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ଅପମାନ କରୁଥିବା ପରିଲକ୍ଷିତ ହୋଇଛି l ନିଜେ ମୁଖ୍ୟମନ୍ତ୍ରୀ, ନିଜ ଦଳୀୟ ନେତା ତଥା ଚିକିଟି ବିଧାୟକଙ୍କ ନାମକୁ ଠିକ ଭାବରେ ଉଚ୍ଚାରଣ ନ କରି ଅନ୍ୟ ପ୍ରକାରେ ବିଧାୟକଙ୍କ ନାମକୁ କହିଥିଲେ,ତଥା ବିଧାୟକ ଙ୍କ ନାମକୁ ନେଇ ବ୍ୟଙ୍ଗ କରିବା, ଆଉ ସେହି ଭିଡିଓ ଏବେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି l
ଯାହାକୁ ଦେଖିବା ମାତ୍ରେ ଯେ କେହି ଭି ମୁଖ୍ୟମନ୍ତ୍ରୀଙ୍କ ଏଭଳି ଡାକିବା ଶୈଳୀ କୁ ନାପସନ୍ଦ କରିବା ସହ ଦୃଢ଼ ନିନ୍ଦା କରୁଛନ୍ତି, ବିଶେଷ କରି ଚିକିଟି ବାସୀ ଦୃଢ଼ ନିନ୍ଦା କରୁଛନ୍ତି। ମୁର୍ଖ ମୁଖ୍ୟମନ୍ତ୍ରୀ ହାଏ ହାଏ ବୋଲି ଚିକିଟି ଅଞ୍ଚଳ ରେ ନାରାବାଜି ହୋଇଥିବା ପରିଲକ୍ଷିତ ହୋଇଛି l ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକଳାପକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଥିବା ପରିଲକ୍ଷିତ ହୋଇଛି l ତେବେ ଏନେଇ ଚିକିଟି ବିଧାୟକଙ୍କ କୌଣସି ପ୍ରତିକ୍ରିୟା ଏଯାବତ ମିଳିପାରିନାହିଁ l