ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ):- ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆସିକା ବିଧାୟକଙ୍କ କଥା ପସନ୍ଦ ଆସୁନି କି…. ଆସିକା ବିଧାୟକ ଯାହା କହିବାକୁ ଚାହୁଁଛନ୍ତି ତାହା ମୁଖ୍ୟମନ୍ତ୍ରୀ ଶୁଣିବାକୁ ଚାହୁଁନାହାନ୍ତି କି… ଏମିତି କ’ଣ କହିଲେ ବିଧାୟକ ଯେ ମୁଖ୍ୟମନ୍ତ୍ରୀ ସିଧା ତାଙ୍କ ହାତକୁ ଟାଣିଦେଲେ… ପ୍ରତ୍ୟେକ ଥର ଭଳି ଆଜି ମଧ୍ୟ ଆସିକା ବିଧାୟକଙ୍କୁ ଜାଣିଶୁଣି କୋଣଠେସା କରୁନାହାନ୍ତି ତ… ଏମିତି ଅନେକ ପ୍ରଶ୍ନ ସାଧାରଣରେ ଚର୍ଚ୍ଚା ଚାଲିଛି l
ରବିବାର ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଗସ୍ତରେ ଆସି ବ୍ରହ୍ମପୁର ପ୍ରସିଦ୍ଧ ମା’ବୁଢ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରାରେ ପହଞ୍ଚି ମା’ଙ୍କ ଆଶୀର୍ବାଦ କାମନା କରିଥିଲେ l ସମଗ୍ର ରାଜ୍ୟ ତଥା ଜିଲ୍ଲାବାସୀଙ୍କ ଶୁଭ ମନାସି ପୂଜା କରିବା ସହ ପାରମ୍ପରିକ ପ୍ରସିଦ୍ଧ ବେଶ ବାଘ ନାଚ ଦେଖି ବେଶ ଖୁସିବ୍ୟକ୍ତ କରିଥିଲେ l ସାଙ୍ଗରେ ଥିଲେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଆସିକା ବିଧାୟକ ସରୋଜ କୁମାର ପାଢ଼ୀଙ୍କ ସମେତ ଅନେକ ବିଧାୟକ ଏବଂ ବିଜେପି କର୍ମୀ ଉପସ୍ଥିତ ରହିଥିଲେ l
ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ବାଘ ବେଶ ଧାରୀ ତଥା ମାନସିକଧାରୀ ବାଘ ବେଶ ପଡ଼ିଥିବା ଭକ୍ତମାନେ ନୃତ୍ୟ ପରିବେଶଣ କରୁଥିବା ସମୟରେ ହଟାତ କିଛି କହିବାକୁ ଚେଷ୍ଟା କରୁଥିଲେ ହାତ ଦେଖାଇ, ଠିକ ସେହି ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସରୋଜ ବାବୁଙ୍କ କଥା ନ ଶୁଣି ଓଲଟା ତାଙ୍କ ହାତକୁ ପଛ ଆଡୁ ଟାଣି ନେଇଥିଲେ l ଯାହାକି ପ୍ରବଳ ଜନ ସମାଗମ ମଧ୍ୟରେ ଏକ ପ୍ରକାର ଅସନ୍ତୋଷ ପ୍ରକାଶ ହୋଇଥିବା ପରିଲକ୍ଷିତ ହୋଇଥିଲା l ଜଣେ ରାଜ୍ୟର ମୁଖିଆ, ନିଜ ଦଳୀୟ ବିଧାୟକଙ୍କୁ ଏମିତି ଜନ ଗହଳି ପୂର୍ଣ୍ଣ ସ୍ଥାନରେ ଏହି ପ୍ରକାର ବ୍ୟବହାର କରିବା… ଅନେକେ ସହ୍ୟ କରିପାରୁନାହାନ୍ତି ତଥା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପରିଲକ୍ଷିତ ହୋଇଛି l
ପୂର୍ବରୁ ମଧ୍ୟ ଏମିତି ଅନେକ ଥର ଆସିକା ବିଧାୟକଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କୋଣଠେସା କରିବା ନଜିର ରହିଛି l ମୁଖ୍ୟମନ୍ତ୍ରୀଙ୍କ ଏହିଭଳି କିଛି କାର୍ଯ୍ୟ ସମାଜକୁ ଅନ୍ୟ ଦିଗକୁ ପ୍ରେରିତ କରିଥିବା ଲୋକ ଅଭିଯୋଗ କରୁଛନ୍ତି l ତେବେ ଏମିତି ବ୍ୟବହାର ନ ରଖି ସମସ୍ତଙ୍କୁ ନିଜର କରି ଏକ କରି ଆଗକୁ ବଢିବାପାଇଁ ଜନ ସମାଜ ରେ ଦାବି ଉଠୁଛି l