ବାଲ୍ୟ ବିବାହ ମୁକ୍ତ ଭାରତ’ ସଚେତନତା ସଭା ଅନୁଷ୍ଠିତ 

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ‘ବାଲ୍ୟ ବିବାହ ମୁକ୍ତ ଭାରତ’ ସଚେତନତା ସୃଷ୍ଟି କରିବା ପାଇଁ ସାରା ଭାରତ ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ l ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ‘ଜଷ୍ଟ ରାଇଟସ ଫର ଚିଲଡ୍ରେନ’ ଏବଂ ମହିଳା ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସେବା’ ପକ୍ଷରୁ ମିଳିତ ଭାବେ ‘ବାଲ୍ୟ ବିବାହ ମୁକ୍ତ ଭାରତ’ ପାଇଁ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ସ୍ଥାନରେ କରାଯାଉଛି । ପୂର୍ବରୁ ମଧ୍ୟ ବାଲ୍ୟ ବିବାହ,ଶିଶୁ ଯୌନ ନିର୍ଯ୍ୟାତନା,ଶିଶୁ ଚାଲାଣ ପ୍ରତିରୋଧ କରିବା ପାଇଁ ‘ସେବା’ ସର୍ବଦା ବିଭିନ୍ନ କାର୍ଯ୍ୟ କରିଆସୁଛି। ତେବେ ସୋମବାର ( ୨୭/୧/୨୫) ଦିନ ମହିଳା ସ୍ବେଛାସେବୀ ଅନୁଷ୍ଠାନ ‘ସେବା’ ଏବଂ ICDS ମିଳିତ ଆନୁକୂଲ୍ୟରେ ଏକ ସଚେତନତା ସଭା ଦକ୍ଷିଣପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଆମ୍ବଗଡ଼ ଅଙ୍ଗନବାଡି କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା ସଭା କାର୍ଯ୍ୟକ୍ରମ ସେବା ସମ୍ପାଦିକା ଅଳକା ସାହୁଙ୍କ ପରିଚାଳନାରେ ହୋଇଥିବା ବେଳେ ଏଥିରେ ସୁପରଭାଇଜର ଉଷା ପଟ୍ଟନାୟକ,ସ୍ଥାନୀୟ ସରପଞ୍ଚ ଦେବାଶିଷ ସେଠି, ସିଡିପିଓ କୁସୁମ କୁମାର ସାହୁ ଏବଂ ଅନେକ ଅଙ୍ଗନବାଡି କର୍ମୀ, ସହାୟିକା, ଉକ୍ତ ଗ୍ରାମର ଅନେକ ମହିଳା,କିଶୋରୀ ଯୋଗ ଦେଇଥିଲେ l

୧୮ ବର୍ଷରୁ କମ ବାଳିକା, ୨୧ ବର୍ଷରୁ କମ ବାଳକ ବିବାହ କରିବା ଅନୁଚିତ, ଏହା ଆଇନତଃ ଅପରାଧ ଏବଂ ଉଭୟଙ୍କ ଶାରୀରିକ ମାନସିକ ଅଭିବୃଦ୍ଧି ଘଟିବାରେ ନାନା ସମସ୍ୟା ଦେଖାଦେବା ସହ କିଭଳି ଏସବୁରୁ ଦୁରେଇ ରହି ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିପାରିବା, ସେ ଦିଗରେ ଆଲୋକପାତ କରିଥିଲେ ‘ସେବା’ର ସମ୍ପାଦିକା ଅଳକା ସାହୁ,ଏଥି ସହିତ ବାଲ୍ୟ ବିବାହ ରୋକିବା ପାଇଁ ସେଠାରେ ଉପସ୍ଥିତ ଥିବା ସମସଙ୍କୁ ଶପଥ ପାଠ କରାଇଥିଲେ l

LEAVE A REPLY

Please enter your comment!
Please enter your name here