ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):: ମହେନ୍ଦ୍ରଗିରି ଶୈବ ପୀଠର ଉନ୍ନୟନ ନାମରେ ଗଠିତ କମିଟିକୁ ରଦ୍ଦ କରିବା ପାଇଁ ଦାବି କରିଛି ଆଦିବାସୀ ମହାସଂଘ। ସେମାନଙ୍କ ଅଭିଯୋଗ ହେଲା ଜଙ୍ଗଲ ଜମି ଅଧିକରଣ ଆଇନ ୨୦୦୬ କୁ ଅଣଦେଖା କରି ମହେନ୍ଦ୍ରଗିରି ଭଳି ଆଧ୍ୟାତ୍ମିକ ପୀଠରେ କିଛି ରାଜନୈତିକ ବ୍ୟକ୍ତିବିଶେଷ ଓ କିଛି ଅନୁପ୍ରବେଶକାରୀ ମହେନ୍ଦ୍ରଗିରି ଉନ୍ନୟନ କମିଟି ନାଁ ରେ କମିଟି ଗଠନ କରି ମହେନ୍ଦ୍ରଗିରିରେ ନିଜ ମନମୁଖୀ ବେଆଇନ କାରବାର କରୁଛନ୍ତି। କୁନ୍ତୀ ମନ୍ଦିର ନିକଟରେ ଉନ୍ନୟନ ନାମରେ କୋଠା ତୋଳିବା, କମିଟି ଗଠନରେ ଆଦିବାସୀ ମହାସଂଘର ଅଗୋଚରରେ କମିଟି ସଦସ୍ୟ ଗଠନ କରିବା, ଏଭଳି କାରବାରକୁ ନିନ୍ଦା କରିବା ସହ ପୂର୍ବରୁ ଅନେକ ଥର ଆଦିବାସୀ ମହାସଂଘ ତରଫରୁ କମିଟି ରଦ୍ଦ କରି ପୁନର୍ବାର କମିଟି ଗଠନ କରିବା ପାଇଁ, ପୂର୍ବରୁ ଅନେକ ଥର ପ୍ରଶାସନର ଅବଗତ କରାଯାଇଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ତେଣୁ ଆଗକୁ ଏଭଳି କାରବାର ବରଦାସ୍ତ କରାଯିବ ନାହଁ। ମହେନ୍ଦ୍ରଗିରିକୁ କାହିଁ ପୁରାତନ କାଳରୁ ଆଦିବାସୀମାନେ ସୁରକ୍ଷା ଦେଇ ଆସୁଛନ୍ତି, ଏଭଳି ସ୍ଥଳେ ଆଦିବାସୀ ମହାସଂଘକୁ ଅଣଦେଖା କରାଯାଏ ତେବେ ଆଗାମୀ ଦିନରେ ମହେନ୍ଦ୍ରକୁ କାହାରିକୁ ପ୍ରବେଶ କରିବାକୁ ଦିଆ଼ଯିବ ନାହଁ, ଏଭଳିକି ପ୍ରଶାସନକୁ ମଧ୍ୟ ମହେନ୍ଦ ପ୍ରବେଶ ଉପରେ ପ୍ରତିବନ୍ଧ କରାଯିବ ବୋଲିି ସଙ୍ଘ ଚେତାବନୀ ଦେଇଛନ୍ତି।