ଆସନ୍ତା ୪ ଦିନରେ ବିଭିନ୍ନ ଜିଲ୍ଲାରେ ବର୍ଷା ସହ କୁହୁଡ଼ିଆ ପାଗ 

0
Oplus_0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ବଙ୍ଗୋପ ସାଗରରେ ବାତ୍ୟା ଫେଙ୍ଗାଲ (ଫେଞ୍ଜାଲ) ପରେ ଓଡ଼ିଶା ପାଣିପାଗରେ ପରିବର୍ତ୍ତନ ଆସିଛି । ଗତ ସପ୍ତାହଠାରୁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଥିବା ବେଳେ, କିଛି ଜିଲ୍ଲାରେ କାଉଁଳିଆ ପାଗ ଜାରି ରହିଛି । ବିଭିନ୍ନ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇଥିବା ବେଳେ, ଆଗାମୀ ୪ ଦିନ ପାଇଁ ପାଣିପାଗ ନେଇ ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

 

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋସିଆଲ ମିଡିଆ X ଜରିଆର ୪ ତାରିଖଠାରୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କେମିତି ରହିବ ପାଣିପାଗ, ସେନେଇ ସୂଚନା ପ୍ରଦାନ କରାଯାଇଛି ।ଗତ କିଛି ଦିନ ଧରି ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ସହ କୋହଲା ପାଗ ଜାରି ରହିଛି । ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଆସନ୍ତା ୯ ତାରିଖ ସୋମବାର ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇପାରେ ।ଡିସେମ୍ବର ୫ ତାରିଖରେ କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସାମ୍ବାବନା ଅଛି । ସେପଟେ ୮ ଏବଂ ୯ ତାରିଖରେ ଚିହ୍ନିତ ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସାମ୍ବାବନା ଅଛି । ଅନ୍ୟପକ୍ଷରେ ୬ , ୭ ଏବଂ ୧୦ ତାରିଖରେ ପାଗ ପ୍ରାୟତଃ ଶୁଖିଲା ରହିପାରେ ।

LEAVE A REPLY

Please enter your comment!
Please enter your name here