ରାଇରଙ୍ଗପୁର ( ବିପ୍ଲବୀ ପରିକ୍ରମା ):- ଆସନ୍ତା ଜୁନ ୧ ରେ ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । ପ୍ରଚାର ଆଉ ହାତ ଗଣତି ଛଅ ଦିନ ବାକି ରହିଲା । ଏଣେ ୨୫/୨୬ ତାରିଖ ଦିନ ବାତ୍ୟା ସମ୍ଭାବନା ଦେଖା ଦେଇଛି । ତେଣୁ ସମୟ କମ । ଚଳ ଚଞ୍ଚଳ ହୋଇ ଉଠିଛି ସମଗ୍ର ଅଂଚଳ । ବିଭିନ୍ନ ରାଜନୈତିକ ଦଳ ତରଫରୁ ଧୁଆଁଧାର ମାରାଥନ ପ୍ରଚାର ଚାଲିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୂବନେଶ୍ବରରୁ ହେଲିକପ୍ଟର ଯୋଗେ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଡିହା ଖେଳ ପଡ଼ିଆରେ ପୂର୍ବାହ୍ନ,୧୧.୧୫ ମିନିଟରେ ପହଞ୍ଚି ସେଠାରୁ ସଡ଼କ ପଥରେ ୪ କିମି ଦୂର ସାନ୍ତାଳୀ ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଜନ୍ମ ଭୂମି ଦାଣ୍ଡବୋଷ ଗ୍ରାମର ସ୍କୁଲ ପାଖରେ ଥିବା ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାଙ୍କ ସହିତ ୫ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏବଂ ମୟୂରଭଞ୍ଜ ସାଂସଦ ସୁଦାମ ମାରାଣ୍ଡି, ପ୍ରାକ୍ତନ ବିଧାୟକ ସାହିବା ସୁଶିଲ ହାଁସଦା ଉପସ୍ଥିତ ଥିଲେ ।
ପରେ ସଡ଼କ ପଥରେ ମହୁଲଡିହା ଖେଳ ପଡିଆକୁ ଯାଇ ଆୟୋଜିତ ନିର୍ବାଚନ ପ୍ରଚାର ସଭାରେ ସମ୍ବର୍ଦ୍ଧିତ କରିଥିଲେ ।ସେ ତାଙ୍କ ନିର୍ବାଚନ ସଭାରେ ଓଡ଼ିଶାବାସୀଙ୍କ ସେବାପାଇଁ ବହୁବିଧ ଯୁଗାନ୍ତକାରୀ ଜନକଲ୍ଯାଣ କାର୍ଯ୍ୟକ୍ରମ କରିଛନ୍ତି।ଯଥା ମମତା ଯୋଜନା, ମଧୁବାବୁ ପେନସନ ଯୋଜନା,ମମତା ଯୋଜନା ,ବିଜୁ ସେତୁ ଯୋଜନା, ବିଜୁ ଶକ୍ତି ,କୃଷକ ସଶକ୍ତିକରଣ,ମହିଳା ସଶକ୍ତିକରଣ,ମିଶନ ଶକ୍ତି,ଦିଵ୍ଯାଙ୍ଗ ସଶକ୍ତିକରଣ ,ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଗୋପବନ୍ଧୁ ସଡ଼କ ଯୋଜନା ଭଳି ବହୁ ଯୋଜନା କରିଛନ୍ତି । ସେହିଭଳି ଭି କେ ପାଣ୍ଡିଆନ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଗାଦିରେ ବସିଲା ପରେ ନବୀନ ବାବୁଙ୍କ ମଧ୍ୟବିତ୍ତ ପରିବାର ପାଇଁ ନୂତନ ଯୋଜନା ଯଥା ମାଗଣା ବିଜୁଳି ଯୋଜନା, ଲକ୍ଷ୍ମୀ ବସ ପରିବହନ ଯୋଜନା,ସମସ୍ତେତାଙ୍କୁ ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବା ୨୦ ଲକ୍ଷ ପର୍ଯ୍ୟନ୍ତ କମ କିସ୍ତିରେ ଗୃହଋଣ ଯୋଜନା । ଛାତ୍ରଛାତ୍ରୀଙ୍କ ପାଇଁ ୧୨ ହଜାରରୁ ୧୪ ହଜାର ଟଙ୍କା ଛାତ୍ର ବୃତ୍ତି, ଶିକ୍ଷା ଋଣ ଯୋଜନା ଜମିକୁ ପାଣି ।ମିଶନ ଶକ୍ତି କୁ ଅଧିକ ବୈଷୟିକ ତାଲିମ ଦିଆଯାଇ ଉଦ୍ଯୋଗ ପତୀ କରିବା ଇତ୍ୟାଦି । ମୟୂରଭଞ୍ଜ ଜିଲ୍ଲାର ସାଂସଦ ସମେତ ସମସ୍ତ ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ସହ ଆଶୀର୍ବାଦ ଦେବାପାଇଁ ଅନୁରୋଧ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସାଂସଦ ସୁଦାମ ମାରାଣ୍ଡି, ରାଇରଙ୍ଗପୁର ବିଧାୟକ ରାଇସେନ ମୁର୍ମୁ,ସାରସକଣା ବିଧାୟକ ଡାକ୍ତର ଦେବାଶିଷ ମାରାଣ୍ଡି ଯଶିପୁର ବିଧାୟକ ଚକ୍ରଧର ହେମ୍ବ୍ରମ,ରାଜ୍ୟ ସଭା ସାଂସଦ ମମତା ମହାନ୍ତ ଏବଂ ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ଯକ୍ଷା ଭାରତୀ ହାଁସଦା, ମୟୂରଭଞ୍ଜ ୨) ଜିଲ୍ଲା ବିଜେଡ଼ି ସଭାପତି କାଶୀନାଥ ହେମ୍ରମ,ବିଜୁ ଯୁବ ଜନତା ସଭାପତି ଅଭିଷେକ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ପ୍ରାର୍ଥୀ ଗଣ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜିତାଇବାକୁ ଅନୁରୋଧ କରିଥିଲେ । ଏଥିରେ ରାଇରଙ୍ଗପୁର , ଯଶିପୁର, ଏବଂ ସାରସକଣା ନିର୍ବାଚନ ମଣ୍ଡଳୀର ହଜାର ହଜାର ସଂଖ୍ୟାରେ ଯୋଗ ଦେଇଥିଲେ । ରାଇରଙ୍ଗପୁର ସହର ସବୁଜ ଓ ଶଙ୍ଖମୟ ହୋଇ ଉଠିଥିଲା । ମୁଖ୍ୟମନ୍ତ୍ରୀଙ୍କୁ ପାଖରୁ ଦେଖି କର୍ମିଵୃନ୍ଦ ବହୁ ମାତ୍ରାରେ ଉତ୍ସାହିତ ହୋଇଥିଲେ ।ଆଗାମି ନିର୍ବାଚନରେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ମନସ୍ଥ କରିଥିଲେ ।