ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ) :- ଚଳିତ ମାସ ୮ ତାରିଖ ଅର୍ଥାତ ଅନ୍ତର୍ଜାତୀୟ ମହିଳା ଦିବସ ଦିନ ବ୍ରହ୍ମପୁର ଅଭିମୁଖେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ମୋହନ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କ ଦ୍ୱିତୀୟ ଗଞ୍ଜାମ ଗସ୍ତ ସହ ପ୍ରଥମ ବ୍ରହ୍ମପୁର ସହର ଗସ୍ତ ରହିବ l ତେବେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ସହରରେ ଚୂଡାନ୍ତ ପ୍ରସ୍ତୁତି ଚାଲିଛି l ମୋହନ ଚରଣ ମାଝୀଙ୍କ ଗସ୍ତ ଅବସରରେ ବହୁ ପ୍ରତିକ୍ଷୀତ ଗେଟ ବଜାର ଫ୍ଲାଇ ଓଭର୍ ବ୍ରିଜ କାର୍ଯ୍ୟର ଶୁଭ ଦେବା କାର୍ଯ୍ୟକ୍ରମ ଥିବା ହେତୁ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ.ଅନିଲ କୁମାର ଗୁରୁବାର ଉକ୍ତ ଅଞ୍ଚଳ ପରିଦର୍ଶନ କରି ଅଞ୍ଚଳ ବାସୀଙ୍କ ସହ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରିଛନ୍ତି l ତେବେ ଏହି ସମୟରେ ଜିଲ୍ଲା ସଭାପତି ସରୋଜ କୁମାର ସାବତ , କର୍ପୋରେଟର ପ୍ରଶାନ୍ତ ପଟ୍ଟନାୟକ ଓ ପୂର୍ବତନ କର୍ପୋରେଟର ଅଶୋକ କୁମାର୍ ଶୁକ୍ଳାଙ୍କ ସମେତ ବହୁ ଜନ ପ୍ରତିନିଧି ଏବଂ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହିଥିଲେ l