କୋଇଡା ଏରିଏନ ଛକ ନିକଟରେ ଓମିନି ଓ ହାଇୱା ମଧ୍ୟରେ ଧକ୍କା, ୨ ମୃତ ଓ ୪ ଗୁରୁତର

0

ସୁନ୍ଦରଗଡ଼ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଏରିଏନ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କୋଇଡାରୁ କମାଣ୍ଡ ପ୍ଲାଣ୍ଟ ଅଭିମୁଖେ ଯାଉଥିବା ଏକ ଶ୍ରମିକ ବୋଝେଇ ଓମନି ଗାଡିକୁ ଏକ ହାଇୱା ଧକ୍କା ଦେଇଥିଲା। ଫଳରେ ଓମନି ଗାଡି ଭାଙ୍ଗି ଚୁରମାର ହୋଇ ଯାଇଥିବା ବେଳେ ସେଥିରେ ବସିଥିବା ୨ ଜଣଙ୍କ ମୃତ୍ୟୁ ଘଟିବା ସହ ୪ଜଣ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ପ୍ରଥମେ କୋଇଡା ଓ ପରେ ରାଉରକେଲା ମେଡିକାଲ ସ୍ଥାନାନ୍ତର କରା ଯାଇଥିବା ସୂଚନା ରହିଛି। ସୂଚନା ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି।

LEAVE A REPLY

Please enter your comment!
Please enter your name here