ବାଣିଜ୍ୟ,ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
ଗୋପାଳପୁର ( ବିପ୍ଲବୀ ପରିକ୍ରମା ):- ତିନିଦିନ ଧରି ଓଡ଼ିଶା ସରକାରଙ୍କ ମାନ୍ୟବର ବାଣିଜ୍ୟ,ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିଜ ନିର୍ବାଚନ ମଣ୍ଡଳୀ ଗୋପାଳପୁରର ୩୨ ଟି ପଞ୍ଚାୟତ ବୁଲି “ମତଦାତା ଧନ୍ୟବାଦ ସଭାରେ” ଯୋଗଦେଇ ମତଦାତା ମାନଙ୍କୁ ଧନ୍ୟବାଦ ଜଣାଇବା ସହ ସେମାନଙ୍କ ଅଭିଯୋଗ ଶୁଣି ତାର ତ୍ୱରିତ ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି । ମୌଳିକ ସମସ୍ୟାର ତ୍ୱରିତ ସମାଧାନ ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଜିଲ୍ଲାପାଳ,ସିଡ଼ିଏମଓଙ୍କୁ ଆଦେଶ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆହ୍ୱାନ କ୍ରମେ “ଗୋଟିଏ ଗଛ ମା’ଙ୍କ ନାଁରେ” ଏହି ଅଭିଯାନର ଶୁଭାରମ୍ଭ ମିଶନ ଶକ୍ତି ମହିଳା ମାନଙ୍କ ଦ୍ୱାରା ମନ୍ତ୍ରୀ ଶ୍ରୀ ଜେନାଙ୍କ ଉପସ୍ଥିତିରେ କନିସି ସରପଞ୍ଚଙ୍କ ଆୟୋଜିତ କାର୍ଯ୍ୟକ୍ରମରୁ ଏହି ଅଭିଯାନକୁ ଆରମ୍ଭ କରାଯାଇଥିଲା । ପ୍ରଦୂଷଣ ମୁକ୍ତ ଓ ସୁସ୍ଥ ବାତାବରଣ ନିର୍ମାଣ କରିବାରେ କାର୍ଯ୍ୟକର୍ତ୍ତା ମାନଙ୍କର ବୃକ୍ଷରୋପଣ ସମାଜ ପାଇଁ ଏକା ଶୃଙ୍ଖଳିତ ବାତାବରଣ ସୃଷ୍ଟି କରିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।
ନିର୍ବାଚନ ସରିବା ପରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ଏହା ହେଉଛି ନିର୍ବାଚନ ମଣ୍ଡଳୀର ଦ୍ୱିତୀୟ ଗସ୍ତ, ଏହି ଗସ୍ତ ଅବସରରେ ନିର୍ବାଚନ ସମୟରେ ଜନସାଧାରଣଙ୍କୁ୍ ଦେଇଥିବା ଭରସା ଓ ନିର୍ଭର ପ୍ରତିଶୃତି କିପରି ପୂରଣ ହେଇପାରିବ ଏହା ହେଉଛି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପଞ୍ଚାୟତ ଗସ୍ତର ମୂଳ ଆଭିମୁଖ୍ୟ ରହିଥିଲା।