ବରଗାଁ ରେ ଏସ.ହେଚ.ଜି ମହିଳାକୁ ଶାଢ଼ି ବଣ୍ଟନକୁ ନେଇ ଅଭିଯୋଗ 

0

ଆସିକା ( ବିପ୍ଲବୀ ପରିକ୍ରମା ):- ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବରଗାଁ ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟ ମାନଙ୍କୁ ଲୁଗା ବଣ୍ଟନ ନେଇ ଅଭିଯୋଗ ଆଣିଲେ ଭାରତୀୟ ଜନତା ପାର୍ଟି l ଆଜି ପୂର୍ବାହ୍ନରେ ଭାରତୀୟ ଜନତା ପାର୍ଟି ଆସିକା ବିଧାୟକ ପ୍ରାଥୀ ସରୋଜ ପାଢ଼ୀ, କାଉନସିଲର ସରୋଜ ଭଞ୍ଜ, ପୂର୍ବତନ ସମିତିସଭ୍ୟ ଅନିଲ ପରିଡା ସମେତ ବିଜେପି ର ଅନେକ କର୍ମୀ ବରଗାଁ ଦେଇ ନିର୍ବାଚନ ପ୍ରଚାର ଯିବା ସମୟରେ ଦଳେ ମହିଳା କୁ ନୁଆଁ ଲୁଗା ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା l

Oplus_131072

ଗ୍ରାମବାସି ପକ୍ଷରୁ ବିଜେପି ନେତା ଓ କର୍ମୀ ମାନଙ୍କୁ କହିଥିଲେ ନିଦ୍ଧିଷ୍ଟ ରାଜନୈତିକ ଦଳ କୁ ଭୋଟ ଦେବା ପାଇଁ ସ୍ୱୟଂ ସହାୟକ ଦଳର ସଦସ୍ୟ ମାନଙ୍କୁ ଲୁଗା ଏବଂ ଦଶ ହଜାର ଟଙ୍କା ଅଚିଛି ବୋଲି କୁଆଡେ ଗ୍ରାମର ସି ଆର ପି କହି ବୁଲୁଛନ୍ତି l ସେହି କ୍ରମ ରେ ଆଜି ଗୋଟିଏ ଗ୍ରୁଫ ର ସଦସ୍ୟ ମାନଙ୍କୁ ଏହି ଲୁଗା ବଣ୍ଟନ କରାଯାଉଥିଲା ବୋଲି ଗ୍ରାମର କିଛି ମହିଳା ପ୍ରକାଶ କରିଥିଲେ l ଆସିକା ବ୍ଲକ ରେ ମିଶନ ଶକ୍ତି ମହିଳା ମାନଙ୍କୁ ନାନା ପ୍ରଲୋଭନ ଦେଖାଇ ଭୋଟ ହାତେଇବାକୁ ବିଜେଡି ଚେଷ୍ଟା କରୁଛି ବୋଲି ବିଜେପି ଅଭିଯୋଗ କରୁଛି l ଦଳ ଏନେଇ ଘଟଣା ସ୍ଥଳରୁ ଉତୋଳନ ହୋଇଥିବା ଭିଡିଓ କୁ ନିର୍ବାଚନ ଅଧିକାରୀଙ୍କୁ ପ୍ରେରଣ କରାଯିବ ବୋଲି ପୂର୍ବତନ ବିଧାୟକ ବିଜେପି ପ୍ରାଥୀ ସରୋଜ ପାଢ଼ୀ ପ୍ରକାଶ କରିଛନ୍ତି l ନିର୍ବାଚନ ଅଧିକାରୀ କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ରହିଲା l ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ପତିକ୍ରିୟା ମିଳିନାହିଁ l

LEAVE A REPLY

Please enter your comment!
Please enter your name here