ବ୍ରହ୍ମପୁରରେ ମେୟର ଓ କର୍ପୋରେଟରଙ୍କ ବିରୋଧରେ ଅଭିଯୋଗ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ମୁକ୍ତା କାମରେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ମିଳିଥିବା କମିଶନ ବାବଦ ଅର୍ଥ ଦେବାରେ ପ୍ରତିବାଦ କରିବାରୁ ବ୍ରହ୍ମପୁର ମେୟର ଓ କର୍ପୋରେଟରଙ୍କ ରୋଷର ଶିକାର ହେଲେ ବ୍ରହ୍ମପୁର ମହାନଗର ନିଗମରେ ସ୍ବଚ୍ଛସାଥୀ ଜି. ପାର୍ବତୀ ବିଭିନ୍ନ ମିଥ୍ୟା ଆରୋପରେ ତାଙ୍କୁ ଚାଳିରୀରୁ ବିଦା କରିଥିବା ଅଭି ଯୋଗ କରିଛନ୍ତି । ଏନେଇ ସେ ତତ୍କାଳୀନ ଓ ବର୍ତ୍ତମାନର ରାଜ୍ୟ ସରକାରଙ୍କ ଠାରେ ଅଭିଯୋଗ କରିଥିଲେ ହେଁ କୌଣ ସି କାର୍ଯ୍ୟାନୁଷ୍ଠାନ ହେଉନଥିବା ବେଳେ ଆଗାମୀ ୨ଦିନ ମଧ୍ୟରେ ସେମାନଙ୍କୁ ଚାକିରୀ ନ ଦିଆଗଲେ, ବ୍ରହ୍ମପୁର ମହାନଗର ନିଗମ ଆଗରେ ଧାରଣା ଦେବେ ବୋଲି କ‌ହିଛନ୍ତି ପାର୍ବତୀ।

 ବ୍ରହ୍ମପୁର ମେୟର ସଂଘ ମିତ୍ରା ଦଳେଇ ଓ ୧୨ ନଂୱାର୍ଡ କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧିଙ୍କ ବିରୋଧ ରେ ସଂଗୀନ ଅଭି ଯୋଗ ଆଣିଛନ୍ତି | ମୁକ୍ତା କାମରେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ମିଳିଥିବା କମିଶନ ଅର୍ଥ ଦେବାକୁ ପ୍ରତିବାଦ କରିବାରୁ ମିଥ୍ୟା ଆରୋପ ଲଗାଇ ଚାକିରୀରୁ ନିଲମ୍ବିତ କରାଗଲା ଜଣେ ସ୍ବଚ୍ଛସାଥୀଙ୍କୁ। ୨୦୨୨ରେ ମୁକ୍ତା ଯୋଜନାରେ ବ୍ରହ୍ମ ପୁର ମହାନଗରରେ ୧୨ ନଂୱାର୍ଡର ରୋହିତ SHG କୁ ମିଳିଥିଲା ୮ ଲକ୍ଷ ୬୨ ହଜାର ଟଙ୍କାର କାମ , କିନ୍ତୁ ସଭାନେତ୍ରୀ ଡି. ପାର୍ବତୀ ରେଖିଙ୍କୁ କଣ କାମ, କିଏ କଲା, ମଷ୍ଟରରୋଲ କିଛି କୁହାଗଲା ନାହିଁ I ଧଳା କାଗଜରେ ଏସ୍ଏଚ୍‌ଜି ସଭାନେତ୍ରୀ ଓ ସଂପାଦକଙ୍କ ନିଆଗଲା ଦସ୍ତଖତା ସେଦିନ ଠାରୁ କାମ ଶେଷ ଅର୍ଥାତ ୨୦୨୩ ଏପ୍ରିଲ ମାସ ବେଳକୁ ତାଙ୍କ ଆକାଉଂଟକୁ କମିଶନ ବାବଦକୁ ଆସିଥିଲା ୬୯ହଜାର ୨୯୩ ଟଙ୍କା| ଆଉ ସେତେବେଳ କୁ କର୍ପୋରେଟର ସୂର୍ଯ୍ୟ ସୁବୁଦ୍ଧି ଓ ଅନ୍ୟ ଜଣେ ସହକର୍ମୀ ତାଙ୍କ ନିକଟକୁ ଆସି କହିଥ୍ ଲେ ଯେ, ଏହି ଅର୍ଥ ଉଠାଇ ସେମାନଙ୍କୁ ଦେବା କୁ ଏହି ସମୟରେ ପାର୍ବତୀ ସେମାନଙ୍କୁ ୭.୫ ପ୍ରତିଶତର କମିଶନ ମିଳିବ ବୋଲି କୁହାଯାଇଥିବା ପଚାରି ଦେଇଥି ଲେ । ଏଥି ସହ ଗୋଷ୍ଠୀର ଅନ୍ୟ ମହିଳାଙ୍କ ସହ ଆଲୋଚନା କରି ଟଙ୍କା ଦେବି ବୋଲି କହିଥିଲେ , କିନ୍ତୁ ବିଳମ୍ବ ହେବାରୁ ମେୟର ସଂଘ ମିତ୍ରା ଦଳେଇ ବି କଲ୍ କରି କମିଶନ ବାବଦକୁ ସବୁ ଅର୍ଥ ଦେବାକୁ କହିଥି ଲେ | କିନ୍ତୁ ଖାତାରେ ମାତ୍ର ୪୩ ହଜାର ଟଙ୍କା ରହିଥିଲା ସେତିକି ଅର୍ଥ ଦେଇଥିଲେ ପାର୍ବତୀ। ଆଉ ଅନ୍ୟ ଅର୍ଥ ଦେବାକୁ ଅସମର୍ଥ କହିବା ପରେ ତାଙ୍କୁ ମିଥ୍ୟା ଅଭି ଯୋଗରେ ଚାକିରୀରୁ ବାହାର କରି ଦିଆଯାଇଥିବା କହି ଛନ୍ତି ପାର୍ବତୀ।

ତେବେ ଅନ୍ୟପକ୍ଷରେ ଏହି ସବୁ ଅଭି ଯୋଗକୁ ଖଣ୍ଡନ କରିଛନ୍ତି କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧି ଓ ମେୟର ସଂଘ ମିତ୍ରା ଦଳେଇ । ମୁକ୍ତା କାମରେ କର୍ପୋରେଟରଙ୍କ କୌଣସି ସଂଶ୍ଳିଷ୍ଠତା ରହିନଥାଏ। ଜେଇ, ଏସ୍‌ଜିଓ, ନିର୍ବାହୀ ଯନ୍ତ୍ରୀ କାମ ଦିଅନ୍ତି ଓ ଅର୍ଥ ଦିଅନ୍ତି I କାମ ଯେତିକି ହେବ, ସେତିକିର ଅର୍ଥ ଦେଇଥାନ୍ତି| କିନ୍ତୁ SHG ସଭାନେତ୍ରୀ ପାର୍ବତୀ କାମ କରିନପାରି କଣ୍ଟ୍ରାକ୍‌ଟରକୁ ଦେଇଥ୍ ଲେ | ସେ କାମ ଠିକ୍ ଭାବେ କରିନ ପାରିବାରୁ ତାଙ୍କୁ କାମରୁ ବାହାର କରି ଦିଆଯାଇଥିଲା I କମିଶନ ବାବଦ ଅର୍ଥ ବିଷୟରେ ସେ କିଛି ଜାଣିନାହାନ୍ତି ବୋଲି କହି ଛନ୍ତି I

ସେହିଭଳି ମେୟର ମଧ୍ୟ ସମସ୍ତ ଅଭି ଯୋଗକୁ ଖଣ୍ଡନ କରିବା ସହ ଯେତିକି କାମ କରିଥ୍ ଲେ ସେତିକି ଅର୍ଥ ପାର୍ଟ ପାର୍ଟ କରି ତାଙ୍କ ଆକାଉଂଟକୁ ଆସିଥିବା ଓ ସେ କାମ ବାବଦ ଅର୍ଥ ମଧ୍ୟ କଣ୍ଟ୍ରାକ୍‌ଟରଙ୍କୁ ଦେଇନଥି ବା କହିଥି ଲେ | ଏଥି ସହ ତାଙ୍କ ନାଁରେ କର୍ପୋରେଟର ଓ ସ୍ଥାନୀୟ ଲୋକଙ୍କ ଅଭି ଯୋଗ ପ୍ରକାରେ ଚାକିରୀରୁ ବାହାର କରିଦିଆଯାଇଥୁବା କହିଥିଲେ I

ଏସବୁ ବାଦେ ଏସ୍ଏଚ୍‌ଜିର ବ୍ୟାଙ୍କ ଖାତାର ଗତ ୩ବର୍ଷ ରେକର୍ଡରେ କେବଳ ଗୋଟିଏ ମାତ୍ର ଟାଞ୍ଜାକସନ୍ ହୋଇଛି , ତାହା ବି ୬୯,୯୨୦ଟଙ୍କ ଆସିଥିବାର ଜଣା ପଡିଛି । ତେବେ କିଏ ସତ କହୁଛି ଆଉ କିଏ ମିଛ କହୁଛି, ତାହା ଉଚ୍ଚସ୍ତରୀୟ ତଦନ୍ତ ହେଲେ ହିଁ ପ୍ରକୃତ କଥା କଣ ସ୍ବଷ୍ଟ ହୋଇପାରିବ ।

LEAVE A REPLY

Please enter your comment!
Please enter your name here