କରଞ୍ଜିଆ ( ବିପ୍ଲବୀ ପରିକ୍ରମା ):- ଧରାବତରଣ କରିଛନ୍ତି ଜଗତ୍ଜନନୀ ମା’ ଦୁର୍ଗା । ଗୁରୁବାର ମା’ଙ୍କ ମହାସପ୍ତମୀ ପୂଜା ସମ୍ପନ୍ନ ହୋଇଛି । ଶୁକ୍ରବାର ମହାଷ୍ଟମୀ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି କରଞ୍ଜିଆ ସହର।
ଶୁକ୍ରବାର ମା କିଚାକେଶ୍ୱରି ସମେତ ଅନ୍ୟାନ୍ୟ ଶକ୍ତିପୀଠରେ ମହାନବମୀ ପୂଜା ଚାଲିଥିବା ବେଳେ ମଣ୍ଡପରେ ଚାଲିଛି ମହାଷ୍ଟମୀ ପୂଜା , ମହାଷ୍ଟମୀ ପୂଜା ଥିବାରୁ ସବୁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି ,ସକାଳ ୬ଟାରୁ ଅଷ୍ଟମୀ ପୂଜା ଆରମ୍ଭ ହୋଇଥିବା ବେଳେ ଉପବାସ ରଖିଥିବା ଶ୍ରଦ୍ଧାଳୁ ମହିଳାମାନେ ପରିବାରର ଶୁଭ ମନାସୀ ମା’ଙ୍କ ଠାରେ ଦୀପ ଜାଳିଛନ୍ତି ଏବଂ ଭୋଗ ଲଗାଇବା ସହ ନୂଆ ଶାଢି ଶଙ୍ଖା ପୂଜା କରି ପରିଧାନ କରିଛନ୍ତି, ଚଳିତ ବର୍ଷ କରଞ୍ଜିଆ ସହରେ ୭ଟି ପୂଜାମଣ୍ଡପ ପଟାକାଟ୍ ଛକ, ମହାନ୍ତି ସାହି ଛକ,ଦୋଳ ପଡ଼ିଆ, ଡେଲି ମାର୍କେଟ ସମେତ ବିଭିନ୍ନ ପୂଜାମଣ୍ଡପରେ ବ୍ୟାପକ ଆୟୋଜନ ହୋଇଛି ।
ମୃଣ୍ମୟୀ ମୂର୍ତ୍ତି, ତୋରଣ ଓ ସାଜସଜ୍ଜା ବେଶ୍ ସୁନ୍ଦର ଓ ଆକର୍ଷଣୀୟ ହୋଇଛି, କରଞ୍ଜିଆର ବିଭିନ୍ନ ପୂଜା ମଣ୍ଡପରେ ଆଖିଝଲସା ତୋରଣ ନିର୍ମାଣ କରାଯାଇଛି, ମାଙ୍କ ଆଗମନରେ ସର୍ବତ୍ର ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି l