ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଆସିକା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁବାଷ ସେନାପତି, ବିଧାୟକ ପ୍ରତିନିଧି ସମ୍ବିତ କୁମାର ପାଢ଼ୀ , ଦକ୍ଷିଣ ପୂର୍ବ ସମ୍ଭାଗ ର ସମ୍ପାଦକ ଦୀପକ କୁମାର ମହାରଣା,ଦକ୍ଷିଣ ପୂର୍ବ ସମ୍ଭାଗ ର ନିରୀକ୍ଷକ ସରୋଜ କୁମାର ପଟନାୟକ, ଶିଶୁ ମନ୍ଦିର ର ସମ୍ପାଦକ ପ୍ରସନ୍ନ କୁମାର ପ୍ରଧାନ,ଶିଶୁ ବିଦ୍ୟାମନ୍ଦିର ପ୍ରଧାନଗୁରୁଜୀ ସୁନୀଲ କୁମାର ଗୌଡ଼, ପ୍ରମୁଖ ଉପସ୍ଥିତ ଥିଲେ l ଏହି ଜ୍ଞାନ ବିଜ୍ଞାନ ମେଳା ରେ ହିଞ୍ଜିଳିକାଟୁ, କବିସୂର୍ଯ୍ୟନଗର, ମୁଣ୍ଡମରାଇ, ପୁରୁଷୋତ୍ତମ, କଂକୋରଡ଼ା, ଶିକିରି, କୁକୁଡାଖଣ୍ଡି

ବିଦ୍ୟାଳୟରୁ ୪୫୦ ଜଣ ଶିଶୁ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ l ଆମ ଚାରିପଟେ ଥିବା ଖାଦ୍ୟ ବସ୍ତ୍ର, ବାସଗୃହ, ଖଣିଜପଦାର୍ଥ, ଓ ପ୍ରାକୃତିକ ସମ୍ପଦ ଗୁଡିକ ଜନ ସଂଖ୍ୟା ବୃଦ୍ଧି ହେତୁ ସାରିବାକୁ ଆସିଲାଣି l ଆମେ ମାନେ ଏବେ ଠାରୁ ଏହାର ସୁରକ୍ଷା ଏବଂ ସଂଚୟ ଉପରେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ବକ୍ତା ମାନେ ମତ ରଖିଥିଲେ lଶିଶୁ ମାନେ ଜଣେ ବୈଜ୍ଞାନିକ ହେବା ର ସ୍ବପ୍ନ ଦେଖିବା ଆବଶ୍ୟକ l ଶିଶୁ ମାନଙ୍କ ପାଖରେ ଥିବା ଲୁକାୟିତ ଅନ୍ତର ନିହିତ ଶକ୍ତିକୁ ଏବେ ଠାରୁ ଜାଗ୍ରତ କରିବା ଆବଶ୍ୟକ l ଆଗକୁ ଅଳ୍ପ ଦିନ ମଧ୍ୟରେ

ବୈଜ୍ଞାନିକ ସ୍ବପ୍ନ କୁ ପରିପ୍ରକାଶ କରିବା ହେଉଛି ଏହାର ପ୍ରୟାସ l ଶିଶୁ ବିଦ୍ୟା ମନ୍ଦିର ରେ ପାଠ ପଢା ସହ ଏଭଳି କାର୍ଯ୍ୟକ୍ରମ କରି ପିଲାମାନଙ୍କୁ ଉତ୍ସlହିତ କରାଯାଇଥlଏ l ଏହି ଜ୍ଞାନ ବିଜ୍ଞାନ ରେ ମୋଟ ଦ୍ୱିତୀୟ ଶ୍ରେଣୀ ଠାରୁ ଦଶମ ପାଠ ପଢ଼ୁଥିବା ଶିଶୁ ମାନେ ଅଂଶ ଗ୍ରହଣ କରିପାରିବେଲେ l ମୋଟ ୪୫୦ ଜଣ ଛାତ୍ର, ଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି l ମୋଟ ୦୯ ଗୋଟି ପ୍ରକଳ୍ପ, ପତ୍ର ବାଚନ, ପ୍ରୟୋଗ, କଥା କଥନ, ମୃତ୍ତିକା, ଗଣିତ ପ୍ରଶ୍ନ ମଞ୍ଚ, ବିଜ୍ଞାନ ପ୍ରଶ୍ନ ମଞ୍ଚ, ସଂସ୍କୃତି ଜ୍ଞାନ ଉପରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ଶିଶୁ ମନ୍ଦିର ର ସମେତ ସମସ୍ତ ଗୁରୁମା, ଗୁରୁଜୀ ମାନେ ସହଯୋଗ କରୁଥିଲେ l

 

LEAVE A REPLY

Please enter your comment!
Please enter your name here