ସ୍କୁଲରେ ବାଧ୍ୟତାମୂଳକ ଯୋଗ ଶିକ୍ଷା

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଏଣିକି ସ୍କୁଲରେ ଦିଆଯିବ ଯୋଗ ଶିକ୍ଷା । ପ୍ରାର୍ଥନା ସରିବା ପରେ ଯୋଗ, ପ୍ରାଣାୟମ ଓ ଶାରିରୀକ ବ୍ୟାୟମ ୧୦ ମିନିଟ କରିବେ ଛାତ୍ରଛାତ୍ରୀ । କ୍ରୀଡ଼ା ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କୁ ଏହି ଶିକ୍ଷା ଦେବେ । ଏନେଇ ମାଧ୍ୟମିକ ଶିକ୍ଷା ବିଭାଗ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଗତ ମେ’ ମାସ ୬ ତାରିଖରେ ବିଭାଗୀୟ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା ।ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରାର୍ଥନା ପରେ ୧୦ ମିନିଟ ପାଇଁ ପିଲା ସ୍କୁଲରେ ଯୋଗ କରିବେ । କ୍ରୀଡ଼ା ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କୁ ଦଣ୍ଡାୟମାନ ଅବସ୍ଥାରେ ହୋଇପାରୁଥିବା କିଛି ଯୋଗ, ପ୍ରାଣାୟମ, ଶାରିରୀକ ବ୍ୟାୟମ କରାଇବେ । ଯାହାକି ପିଲାଙ୍କୁ ମନ ଲଗାଇ ପାଠ ପଢ଼ିବାରେ ସାହାଯ୍ୟ କରିବ । ସେହିପରି ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ସ୍କୁଲରେ ପ୍ରତିଭା ଚିହ୍ନଟ ପାଇଁ ପରାମର୍ଶ ଦିଆଯାଇଛି । ୧୫ ଜଣ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ (ଡିପିଇଓ) ଏବଂ ୧୫ ଜଣ ଭାରାପ୍ରାପ୍ତ ଡିପିଇଓଙ୍କୁ ସ୍କୁଲ, ବ୍ଲକ ଏବଂ ଜିଲ୍ଲାସ୍ତରରେ କ୍ରୀଡ଼ା ଆକ୍ଟିଭିଟିକୁ ନେଇ ଯୋଜନା କରିବେ । ଯେଉଁ ସ୍କୁଲ ଜିଲ୍ଲାସ୍ତରରେ ଭଲ କରିବ, ସେହି ସ୍କୁଲକୁ କ୍ରୀଡା କିଟ୍ସ ମିଳିବ । ଜାତୀୟ ଇଭେଣ୍ଟ ପାଇଁ ଯୋଗ୍ୟ ରାଜ୍ୟ ଟିମ୍‌କୁ କଳିଙ୍ଗ ଷ୍ଟାଡିୟମରେ ଟ୍ରେନିଂ ମିଳିବ ବୋଲି ଉକ୍ତ ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି ।

LEAVE A REPLY

Please enter your comment!
Please enter your name here