ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ୱାର୍ଡ ର ବି.ପାର୍ବତୀ ରେଡ୍ଡୀ ପୁଣି ଥରେ ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସେହି ୱାର୍ଡ ର କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧି ଙ୍କ ବିରୁଦ୍ଧରେ ମୁକ୍ତା ଯୋଜନା ଟଙ୍କା ହେରଫେର ଅଭିଯୋଗ ଆଣିଛନ୍ତି । ଏହା ସହିତ କର୍ପୋରେଟର ଙ୍କ ଅଭିଯୋଗ ଆଧାରରେ ପାର୍ବତୀଙ୍କୁ ଚାକିରିରୁ ନିଲମ୍ବିତ କରିଛି ନିଗମ । ଯାହାକୁ ନେଇ ବି.ପାର୍ବତୀ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି । ତାଙ୍କ ଦାବି ପୁରଣ ନହେବା ପର୍ଯ୍ୟନ୍ତ ଧାରଣାରେ ବସିବେ ଆବଶ୍ୟକ ପଡିଲେ ବିଧାନସଭା ସମ୍ମୁଖରେ ଧାରଣାରେ ବସିବେ ବୋଲି ପାର୍ବତୀ ଚେତାବନୀ ଦେଇଛନ୍ତି। ସହରର ପାର୍କ,ରାସ୍ତା, ନାଳ ପ୍ରଭୃତି ନିର୍ମାଣ ସକାଶେ ମୁକ୍ତା ଯୋଜନାରେ ଆସିଥିବା ଅନୁଦାନ କୁ ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ପ୍ରଦାନ କରିଥିଲା ମହାନଗର ନିଗମ । ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ନାମରେ ସ୍ଥାନୀୟ କର୍ପୋରେଟର କିଭଳି କିଛି କମିଶନ ଦେଇ ସମସ୍ତ ଅର୍ଥ ବାଟମାରଣା କରୁଛନ୍ତି ତାହାର ଚିତ୍ର ବର୍ତ୍ତମାନ ନିଗମରେ ଦେଖିବାକୁ ମିଳିଛି ।