ଶ୍ରୀଯୁକ୍ତ ଜୁଏଲ ଓରାମଙ୍କ ଧର୍ମ ପତ୍ନୀଙ୍କ ଅକାଳ ବିୟୋଗରେ ନିରବପ୍ରାର୍ଥନା

0

ଗୁଣପୁର ( ବିପ୍ଲବୀ ପରିକ୍ରମା ):- ଆଜି ଗୁଣପୁର ପୂର୍ତ୍ତ ବିଭାଗ ପ୍ରକୋଷ୍ଠ ମଧ୍ୟରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମଙ୍କ ଧର୍ମ ପତ୍ନୀ ଶ୍ରୀମତୀ ଝିଙ୍ଗିଆ ଓରାମ ଙ୍କ ଅକାଳ ବିୟୋଗ ରେ ଗୁଣପୁର ନିର୍ବାଚନ ମଣ୍ଡଳୀ (ବି.ଜେ.ପି)ର କାର୍ଯ୍ୟକର୍ତ୍ତା ଦୁଇ ମିନିଟ ନୀରବ ପ୍ରାର୍ଥନା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଦୁଃଖ ପ୍ରକାଶ କରିଥିଲେ।

ଏହି ସମୟରେ ପୂର୍ବତନ ବିଧାୟକ ତଥା ବିଜେପି ବିଧାୟକ ପ୍ରାର୍ଥୀ ତ୍ରିନାଥ ଗୋମାଙ୍ଗୋ, ଜିଲ୍ଲା ଉପ ସଭାପତି ଉଦୟ ନାଥ ପାଢ଼ୀ, ଜିଲ୍ଲା ଉପ ସଭାପତି ଦୁର୍ଯ୍ୟଧନ ପାଳ,ନଗର ସଭାପତି ବଦ୍ରିନାଥ ମହାନ୍ତି,ଜିଲ୍ଲା ମନ୍ କି ବାତ୍ ସଂଯୋଜକ ରବୀନ୍ଦ୍ର କୁମାର ସେଠୀ, ଜଗନ୍ନାଥପୁର ମଣ୍ଡଳ ସଭାପତି ଦିଲୀପ କୁମାର ଦାସ,ଜଗଦୀଶ ପଣ୍ଡା,ଯୁବ ନେତା କୀର୍ତ୍ତି କୁମାର ପଣ୍ଡା, ଯୁବ ମୋର୍ଚ୍ଚା ମୁଖୀ ଦିବାକର, ଜୟଦେବ ପଣ୍ଡା, ଦିଲୀପ ନାଗବଂଶ, ଶ୍ରଦ୍ଧାରଞ୍ଜନ ପଣ୍ଡା ,ଶାନ୍ତୁନୁ ପାଣିଗ୍ରାହୀ, ରୋହନ ପଟ୍ଟନାୟକ, ସାଇ ପ୍ରଥମ ମହାରଣା, ସର୍ବେଶ୍ଵର ସୁନା, ମୋନଜ ଲାଲା ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here