(ବିପ୍ଲବୀ ପରିକ୍ରମା ବ୍ୟୁରୋ);2024 ନିର୍ବାଚନ ପାଇଁ ତାତି ବଢିଲାଣି, ଆଉ ଏହାସହ ଆଶାୟୀଙ୍କ ମନରେ ଛନକା ମଧ୍ୟ ପଶିଲାଣି । ଦଳୀୟ ସୁପ୍ରିମୋ କାହାକୁ ଟିକେଟ ଦେବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଲାଇମଲାଇଟକୁ ଆସିଛି ଉପକୂଳ ଓଡିଶାର ଆଉ ଏକ ହାଇଭୋଲଟେଜ ବିଧାନସଭା ନିର୍ବାଚନମଣ୍ଡଳୀ କୋରେଇ । ଅଣକଂଗ୍ରେସ ଦୁର୍ଗ ଭାବେ ପରିଚିତ କୋରେଇ ନିର୍ବାଚନମଣ୍ଡଳୀ ଉପରେ ଏଥର ରାଜ୍ୟ ରାଜନୀତିର ହେଭିୱେଟ ନେତାଙ୍କ ନଜର ।ଯାଜପୁର ଜିଲ୍ଲାର କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ମ୍ୟୁଜିକ୍ ଚେୟାର ଭଳି ବଦଳୁଛନ୍ତି ବିଧାୟକ। ଶାସକ ଦଳ ବିଜେଡି ୨୦୦୯ରୁ ଏଠାରେ ଲଗାତର ଭାବେ ଜିତିବା ସତ୍ତ୍ବେ ପ୍ରାର୍ଥୀ ବଦଳାଇ ଚାଲିଛି। ୨୦୨୪ରେ ଏହି ଆସନରୁ ପ୍ରାର୍ଥୀ ହେବା ପାଇଁ ବର୍ତ୍ତମାନର ବିଧାୟକ ଅଶୋକ ବଳ ଓ ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କ ମଧ୍ୟରେ ପତିଆରା ଲଢ଼େଇ ଚାଲିଥିବା ବେଳେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏଠାରୁ ପ୍ରାର୍ଥୀ ହେବେ ବୋଲି ନିଜ ସମର୍ଥକଙ୍କ ଜରିଆରେ ପ୍ରଚାର କରି ପ୍ରତିକ୍ରିୟା ସଂଗ୍ରହ କରୁଛନ୍ତି। ଫଳରେ କୋରେଇରେ ବିଜେଡି ପୁଣିଥରେ ନୂଆମୁହଁକୁ ସୁଯୋଗ ଦେବ କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ୫୦ ବର୍ଷର ଇତିହାସକୁ ଦେଖିଲେ ସ୍ବର୍ଗତ ଅଶୋକ ଦାସ ଏଠାରୁ ୫ ଥର ବିଧାୟକ ହୋଇଛନ୍ତି। ଅନ୍ୟ ୬ଜଣ ଥରେ ଲେଖାଏଁ ନିର୍ବାଚିତ ହୋଇଛନ୍ତି। ୨୦୦୪ରେ ବିଜେପି ନେତ୍ରୀ ସଂଚିତା ମହାନ୍ତି ବିଧାୟିକା ନିର୍ବାଚିତ ହୋଇଥିଲେ। ୨୦୦୯ରେ କୋରେଇ ଆସନରୁ ଇଂ ପ୍ରୀତିରଞ୍ଜନ ଘଡ଼େଇ ବିଜୟୀ ହୋଇ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୨୦୧୪ରେ ଅଭିନେତା ଆକାଶ ଦାସ ନାୟକ ବିଜେଡିରୁ ବିଜୟୀ ହୋଇଥିଲେ।ଯାଜପୁର ଜିଲ୍ଲାର କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ମ୍ୟୁଜିକ୍ ଚେୟାର ଭଳି ବଦଳୁଛନ୍ତି ବିଧାୟକ। ଶାସକ ଦଳ ବିଜେଡି ୨୦୦୯ରୁ ଏଠାରେ ଲଗାତର ଭାବେ ଜିତିବା ସତ୍ତ୍ବେ ପ୍ରାର୍ଥୀ ବଦଳାଇ ଚାଲିଛି। ୨୦୨୪ରେ ଏହି ଆସନରୁ ପ୍ରାର୍ଥୀ ହେବା ପାଇଁ ବର୍ତ୍ତମାନର ବିଧାୟକ ଅଶୋକ ବଳ ଓ ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କ ମଧ୍ୟରେ ପତିଆରା ଲଢ଼େଇ ଚାଲିଥିବା ବେଳେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଏଠାରୁ ପ୍ରାର୍ଥୀ ହେବେ ବୋଲି ନିଜ ସମର୍ଥକଙ୍କ ଜରିଆରେ ପ୍ରଚାର କରି ପ୍ରତିକ୍ରିୟା ସଂଗ୍ରହ କରୁଛନ୍ତି। ଫଳରେ କୋରେଇରେ ବିଜେଡି ପୁଣିଥରେ ନୂଆମୁହଁକୁ ସୁଯୋଗ ଦେବ କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।