ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁରର ଠାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳୀୟ କର୍ମୀ ମାନେ ପୁଷ୍ପ ଗୁଛ ଦେଇ ସ୍ୱାଗତ କରିଥିଲେ। ଲୋକଙ୍କ ନିକଟତର ହେବା ପାଇଁ ସେ କର୍ମୀ ମାନଙ୍କୁ ଉପଦେଶ ଦେଇଥିଲେ।ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ଆଜି ବିଜୁ ଜନତା ଦଳ ଏବଂ କଂଗ୍ରେସର ଶତାଧିକ କାର୍ଯ୍ୟକର୍ତ୍ତା ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ବୈଠକରେ ପ୍ରଦୀପ ଉପସ୍ଥିତ କର୍ମୀଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି । ଆସନ୍ତା ୪୦ଦିନ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ।
ଏପରିକି ସମସ୍ତେ ବୁଥ ସ୍ତରରୁ ଏକତ୍ରିତ ହୋଇ ଦଳର ଗତ ନିର୍ବାଚନର ଭୋଟ ବ୍ୟବଧାନକୁ କିପରି ବୃଦ୍ଧି କରିବେ ସେନେଇ ରଣନୀତି ପ୍ରସ୍ତୁତ କରିବାକୁ କହିଛନ୍ତି ପ୍ରଦୀପ।ଆଗାମୀ ୪୦ଦିନର ଯାତ୍ରା ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆଣିବ , ବ୍ରହ୍ମପୁର ଲୋକସଭା ଆସନ ପାଇଁ ବିଜେଡି ଦଳର ପ୍ରାର୍ଥୀ ଘୋଷଣା ପାଇଁ ନେତୃତ୍ବ ଖୋଜା ଚାଲିଥିବା ଘଟଣାରେ “ଖୋଜି ଖୋଜି ପାଣିକୁ ପଳାଇବେ” ବୋଲି କହି କଟାକ୍ଷ କରିଛନ୍ତି ପ୍ରଦୀପ। ଆଜିର ଏହି ବୈଠକରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ଡା.ସୁବାସ ସାହୁ, ବ୍ରହ୍ମପୁର ଲୋକସଭା ପ୍ରଭାରୀ ଅଶୋକ ମିଶ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ବ୍ରହ୍ମପୁର ଲୋକସଭା ସଂଯୋଜକ ସରୋଜ ସାବତ,ବ୍ରହ୍ମପୁର ବିଧାନସଭା ପ୍ରଭାରୀ ରାମ ପ୍ରସାଦ ସାମଲ,ବରିଷ୍ଠ ନେତା କେ.ଅନିଲ କୁମାର,ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।