ମେଂଟର ଫାଇଦା ନେବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଗତ କିଛି ଦିନର ଚର୍ଚ୍ଚା ପରେ ଶେଷରେ ବିଜେଡିରେ ସାମିଲ ହୋଇଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ । ଦଳ ବଳ ସହ ଆସି ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି-ବିଜେପି ମେଂଟ ଚର୍ଚ୍ଚା ଭିତରେ ଫାଇଦା ନେବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ । ହେଲେ, ଜଣଙ୍କ ପରେ ଜଣେ ଟାଣୁଆ ନେତା ଦଳ ଛାଡିବା କଂଗ୍ରେସ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରୁଛି ।କିଛି ଦିନ ହେଲା ଯାହା ଚର୍ଚ୍ଚା ହେଉଥିଲା, ତାହା ସତ ହୋଇଛି ।

ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଖଡିଆଳର କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନଓ ମଂଗରାଜ, ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଉପସ୍ଥିତିରେ ଅଧିରାଜ ଦଳରେ ସାମିଲ ହୋଇଛନ୍ତି । ତାଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ଖଡିଆଳ, ବୋଡେନ ଓ ସିନାପାଲି ବ୍ଲକର ଅଧ୍ୟକ୍ଷଙ୍କ ସମେତ ୪୦ ଜଣ ସରପଂଚ ଓ ୩୪ ଜଣ ସମିତି ସଭ୍ୟ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।

ବିଜେଡିରେ ଯୋଗ ଦେବା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଏବଂ ତାଙ୍କ ସମର୍ଥକମାନେ ବିଜେଡିରେ ମିଶିଥିବା କହିଛନ୍ତି ଅଧିରାଜ ପାଣିଗ୍ରାହୀ ।ଜେଡି-ବିଜେପି ମେଂଟ ଚର୍ଚ୍ଚା ଭିତରେ ଫାଇଦା ନେବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ । ଆଉ ୯ରୁ ୯୦ ପାଇଁ ସ୍ୱପ୍ନ ଦେଖୁଛି । ହେଲେ, ଜଣଙ୍କ ପରେ ଜଣେ ଟାଣୁଆ ନେତା ଦଳ ଛାଡୁଛନ୍ତି । ଏବେ ପଶ୍ଚିମଓଡିଶାର ଜଣେ ଟାଣୁଆ ନେତା ତଥା ବିଧାୟକ ଦଳ ଛାଡିବା, କଂଗ୍ରେସ ପାଇଁ ବଡ ଆହ୍ୱାନ ହୋଇଛି ।

କିନ୍ତୁ ଅଧିରାଜ କଂଗ୍ରେସ ଛାଡିବା ଦଳ ଉପରେ କିଛି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ନେତା ନରସିଂହ ମିଶ୍ର । ୨୦୧୯ରେ ନିର୍ବାଚନରେ ଅଧିରାଜ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଳଙ୍କୁ ମାତ୍ର ୨ହଜାର ୮୫୭ ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଥିଲେ । ଏବେ ସେ ବିଜେଡିରେ ଯୋଗ ଦେବା ପରେ ଦଳ ତାଙ୍କୁ ଖଡିଆଳରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here