ଖଡଗେଙ୍କ ଗସ୍ତ ପରେ ଉତ୍ସାହିତ କଂଗ୍ରେସ ଶିବିର

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ନିର୍ବାଚନ ପୂର୍ବରୁ ଓଡ଼ିଶାରେ କଂଗ୍ରେସ ମୁଖିଆଙ୍କ ହୁଙ୍କାର। ପ୍ରଥମ ଗସ୍ତ, ଓଡ଼ିଶା ବଞ୍ଚାଅର ନାରା। ଭୁବନେଶ୍ୱରରେ ଆୟୋଜିତ ବିଶାଳ ସମାବେଶରେ ଜିଲ୍ଲା, ବ୍ଲକ, ମଣ୍ଡଳ ଏବଂ ପଞ୍ଚାୟତ ସଭାପତିଙ୍କ ସହ ହଜାର ହଜାର କର୍ମୀଙ୍କୁ ଉଦବୋଧନ ଦେଇ ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷିଛନ୍ତି ସଭାପତି ମଲ୍ଲିକାର୍ଜୁନ ଖଡଗେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ରାଜ୍ୟ ନେତା ଓ କର୍ମୀଙ୍କୁ ୫ସୁତ୍ରୀ ବିଜୟ ଫର୍ମୁଲା ଦେବା ପରେ ଜୋସରେ କଂଗ୍ରେସ କର୍ମୀ । ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜଭୁତ କରିବା ସହ ନୂଆ ମୁହଁକୁ ସୁଯୋଗ ଦେବାକୁ ପରାମର୍ଶ ଦେଇଛନ୍ତି ଖଡଗେ ।

କୁହାଯାଉଛି, ୫୦କୁ ୬୦ ବିଧାନସଭା ଆସନରେ ପୁରା ଦମରେ ଲଢିବ କଂଗ୍ରେସ ।କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଭୁବନେଶ୍ୱର ଆସି କେନ୍ଦ୍ର-ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେବା ପରେ ଜୋସରେ ରାଜ୍ୟ କଂଗ୍ରେସ । ଆଗକୁ ରାହୁଲ ଗାନ୍ଧୀ ବି ଆସିବେ । ତେଣୁ ନିର୍ବାଚନ ପୂର୍ବରୁ ଉତ୍ସାହିତ ଅଛନ୍ତି କଂଗ୍ରେସ ନେତା ଓ କର୍ମୀ ।ଖଡଗେ ନିର୍ବାଚନ ବୈତରଣୀ ପାର ହେବାକୁ ମନ୍ତ୍ର ଦେଇଛନ୍ତି । ଆଗାମୀ ନିର୍ବାଚନରେ କଂଗ୍ରେସ ୯ରୁ ୯୦ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କଂଗ୍ରେସ ନେତା ।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ପ୍ରଭାରୀ ଅଜୟ କୁମାର ରାଜ୍ୟ କଂଗ୍ରେସ ନେତାଙ୍କୁ ନିର୍ବାଚନର ବିଜୟ ମନ୍ତ୍ର ଦେଇଛନ୍ତି ।ନୂଆ ଚେହେରାଙ୍କୁ ସୁଯୋଗ ଦେଇ କଂଗ୍ରେସ ନୂଆ କରି ଜିତିବ ବୋଲି ଦଳର ନେତା ଦୃଢୋକ୍ତି କରିଛି । ସେପଟେ ରାଜ୍ୟରେ କଂଗ୍ରେସର ଅସ୍ତିତ୍ୱ ନାହିଁ କହି କଟାକ୍ଷ କରିଛି ବିଜେପି । ତେବେ ମଲ୍ଲିକାର୍ଜୁନ ଖଡଗେ ରାଜ୍ୟ ନେତାଙ୍କୁ ବିଜୟ ମନ୍ତ୍ର ଦେଇ ଯାଇଛନ୍ତି । ଆସନ୍ତା ୧୪ରେ ରାହୁଲ ଭାରତ ଯୋଡ ନ୍ୟାୟ ଯାତ୍ରା ସହ ଓଡିଶାରେ ପହଞ୍ଚିବେ । ଆଉ ଏହା ଆଗାମୀ ନିର୍ବାଚନ ପାଇଁ କଂଗ୍ରେସକୁ ଆହୁରି ବଳ ଯୋଗାଇବ ବୋଲି କୁହାଯାଉଛି ।ଏଆଇସିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଖଡଗେଙ୍କ ଏହା ପ୍ରଥମ ଓଡିଶା ଗସ୍ତ।

ସେପଟେ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଥିବା ସାଂସଦ ରାହୁଲ ଗାନ୍ଧୀ ଫେବ୍ରୁଆରିରେ ଓଡ଼ିଶାର ୪ଟି ଜିଲ୍ଲା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଏଭଳି ସ୍ଥିତିରେ ଖଡଗେଙ୍କ ମନ୍ତ୍ର, ଓଡ଼ିଶାର ନେତା ଓ କର୍ମୀଙ୍କ ମଧ୍ୟରେ ଜୋସ୍ ଭରି ଦେଇଛି। ତେବେ ଗୋଷ୍ଠୀ କନ୍ଦଳରେ ଭରି ରହିଥିବା କଂଗ୍ରେସରେ ଖଡଗେ ଓ ରାହୁଲଙ୍କ ଗସ୍ତ କେତେ କାମ କରୁଛି, ତାଉପରେ ନଜର।

LEAVE A REPLY

Please enter your comment!
Please enter your name here