୨୭ରେ ବିଧାନସଭା ଘେରାଉ କରିବାକୁ ଗୁମ୍ମାରେ କଂଗ୍ରେସର ପ୍ରସ୍ତୁତି ବୈଠକ

0

ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁମ୍ମା ବ୍ଲକ କଂଗ୍ରେସର ଗଡ଼ଭାବେ ପରିଚିତ।ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶକ କ୍ରମେ ଓ କଂଗ୍ରେସ ଜିଲ୍ଲା ସଭାପତି ଦାଶରଥି ଗମାଙ୍ଗଙ୍କ ପରାମର୍ଶ କ୍ରମେ ଆସନ୍ତା ୨୭ତାରିଖରେ ବିଧାନସଭା ଘେରାଉ ନେଇ ଏକ ପ୍ରସ୍ତୁତି ବୈଠକ ଗୁମ୍ମା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା।କଂଗ୍ରେସର ବ୍ଲକ ପର୍ଯ୍ୟବେକ୍ଷକ ସୁନୀଲ ସିଂଙ୍କ ଅଧ୍ୟକ୍ଷତାରେ ବ୍ଲକ ସଭାପତି ଲଳିତ ମୋହନ ଦଣ୍ଡସେନା,ଯୁବ ସଭାପତି ମଟୁ ପାଣି ଓ ସମ୍ପାଦକ ସୁବନ୍ୟ ଜେନାଙ୍କ ପରିଚାଳନା କ୍ରମେ ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଆକ୍ରମଣ ଓ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ଯସ୍ତ,ମହିଳାଙ୍କ ସୁରକ୍ଷା ଅଧିକାର,ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଓ ଗରିବ ଶୋଷିତ କୃଷକଙ୍କ ସ୍ୱର ହେବ କଂଗ୍ରେସ ବୋଲି କହିଛନ୍ତି ଶ୍ରୀ ସିଂ।ସେହିପରି ବିଜେପିର ୯ମାସର ସରକାର ଭିତରେ ମହିଳା ବିରୋଧୀ ହିଂସା ବ୍ୟାପକ,ଛାତ୍ରୀ ଗଣ ଦୁଷ୍କର୍ମ,ବେକାରୀ ସମସ୍ୟା ଏବଂ ୧୮ ହଜାର ମହିଳାଙ୍କ ଉପରେ ନିର୍ଯାତନା ହୋଇଥିବା ବେଳେ ବିଜେପି ସରକାର ନିରବଦ୍ରଷ୍ଟା ସାଜିଛନ୍ତି।ତେଣୁ ଗୁମ୍ମା ବ୍ଲକର ପଞ୍ଚାୟତ ଠାରୁ ଆରମ୍ଭ କରି ଗାଁ ଗାଁରେ ବିଜେପି ସରକାରର ଅପାରଗତା ସମ୍ପର୍କରେ ଜଣେଇବା ପାଇଁ ଆବାହନ ଦେବା ସହିତ ଆସନ୍ତା ୨୭ରେ ବିଧାନସଭା ଘେରାଉ କରିବାକୁ କଂଗ୍ରେସ ବୈଠକରେ ନିଷ୍ପତ୍ତି ନିଆଯାଇଛି।ବୈଠକରେ ଡ଼ଈପା ଶବର,ସାଦର ପରିଚ୍ଛା, ସମୁଏଲ ମଣ୍ଡଳ,ଜୁଏଲ ଗମାଙ୍ଗ ଓ ମନତ ଶବରଙ୍କ ସମେତ ଅନେକ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here