ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମଙ୍ଗଳବାର ବାଚସ୍ପତି କଂଗ୍ରେସ ର ୧୨ ଜଣ ବିଧାୟକଙ୍କୁ ନିଲମ୍ବନ ପ୍ରତିବାଦରେ ବିଧାନସଭା ବାହାରେ ରାତିସାରା ଧାରଣା ଦେଇଥିଲେ କଂଗ୍ରେସ ବିଧାୟକ । ବିଧାନସଭା ପରିସରରୁ ସେମାନଙ୍କୁ ପୋଲିସ ବାହାର କରିଦେବାରୁ ଶେଷରେ ରାସ୍ତା ଉପରେ ରାତିସାରା ଶୋଇଲେ କଂଗ୍ରେସ ବିଧାୟକ ମାନେ । କଂଗ୍ରେସ ନେତା ଗୃହ ଭିତରକୁ ଯିବା ପାଇଁ ଜିଦ ଧରିଥିବାବେଳେ କଂଗ୍ରେସ କର୍ମୀ ରାସ୍ତାରେ ଧାରଣାରେ ବସିଥିଲେ । ଫଳରେ ପୁଲିସ-କଂଗ୍ରେସ କର୍ମୀ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ବିଏନଏସ ଧାରା ୧୬୩ ଧାରା ଲାଗୁ ହୋଇଥିଲା । ବିଧାନସଭା ଆଗରେ ପ୍ରାୟ ଦୁଇ ଘଣ୍ଟା ଧରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଗୃହ ଭିତରକୁ ଯିବା ପାଇଁ ବରିଷ୍ଠ ନେତା ଜିଦ୍ ଧରିଥିଲେ । ପୁଲିସ ପ୍ରଥମେ କଂଗ୍ରେସ କର୍ମୀ ଓ ପରେ ବରିଷ୍ଠ ନେତାଙ୍କୁ ଉଠାଇନେଇଥିଲା । ସାରା ରାତି ଧାରଣା ପରେ ଅସୁସ୍ଥ ହୋଇପଡିଛନ୍ତି କଂଗ୍ରେସ ବରିଷ୍ଠ ବିଧାୟକ ତାରା ବାହୀନିପତି l ସରକାର ତଥା ପୋଲିସର ଏଭଳି ବ୍ୟବହାରରେ କାନ୍ଦି ପକାଇଲେ ତାରା । ସେ ଲୋକଙ୍କ ସ୍ବାର୍ଥ ପାଇଁ ସ୍ବର ଉଠାଇଛନ୍ତି, ହେଲେ ତାଙ୍କୁ ସରକାର ଯେଉଁଭଳି ଭାବେ ଖରାପ ବ୍ୟବହାର କରିଛନ୍ତି ସେଥିରେ ସେ ମର୍ମାହତ, ଆଉ ରାଜନୀତି କରିବାକୁ ତାଙ୍କର ଆଉ ଇଚ୍ଛା ନାହିଁ ବୋଲି କହିଛନ୍ତି ତାରା । ଅଧ ରାତିରେ ସୁରକ୍ଷା କର୍ମୀ ଓ ପୋଲିସ କଂଗ୍ରେସ ବିଧାୟକଙ୍କୁ ମାଡ଼ ମାରି ରାସ୍ତାରେ ଛାଡିଦେଇଥିବା ଅଭିଯୋଗ କଲେ କଂଗ୍ରେସ ବିଧାୟକ । ରାତି ଅଧରେ କଂଗ୍ରେସ ବିଧାୟକଙ୍କୁ ପୋଲିସ ଉଠାଇଆଣି ରାସ୍ତାରେ ଛାଡିବା ପରେ, ବିଧାୟକମାନେ ରାସ୍ତାରେ ଧାରଣା ଦେବା ସହ ଶୋଇଥିଲେ । ଏହାରି ଭିତରେ ଭାବବିହ୍ବଳ ହୋଇ କାନ୍ଦିପକାଇଛନ୍ତି ବିଧାୟକ ତାରା ବାହିନୀପତି । ଓଡିଶା ଇତିହାସରେ ଏହା ପ୍ରଥମ ଥର ଘଟିଛି । ତେବେ ସାରା ରାତି ଧାରଣା ପରେ ଅସୁସ୍ଥ ହୋଇପଡିଛନ୍ତି କଂଗ୍ରେସ ବିଧାୟକ । ବରିଷ୍ଠ ବିଧାୟକ ତାରା ବାହୀନୀପତି ଅସୁସ୍ଥ ହୋଇପଡିବାରୁ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି।
୧୨ ଜଣ ବିଧାୟକଙ୍କୁ ନିଲମ୍ବନ
କଂଗ୍ରେସକୁ ମହଙ୍ଗା ପଡିଯିବନି ତ ? ବିଧାନସଭାକୁ ବାରମ୍ବାର ଅଚଳ କରିବା ଦ୍ୱାରା ଲୋକେ ନା ପସନ୍ଦ କରିବେ ନି ତ କଂଗ୍ରେସ କୁ ? ଯେଉଁ ପ୍ରସଙ୍ଗକୁ ନେଇ କଂଗ୍ରେସ ତାର ଦୋହଲି ଯାଇଥିବା ମୂଳ ଦୁଆକୁ ସଜାଡ଼ିବାକୁ ଲାଗିଛି,ତାହା ଅଧିକ କ୍ଷତି କରିଦେବନି ତ ? ଏମିତି ଅନେକ ପ୍ରଶ୍ନ କଂଗ୍ରେସର କାମ ଆଡ଼କୁ ଉଠିଲାଣି । କଂଗ୍ରେସର ବିଧାୟକ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ କାର୍ଯ୍ୟ ଶୈଳୀକୁ ନେଇ ଉଠିଲାଣି ଆଙ୍ଗୁଳି ।
ବିଧାନସଭା ଜନତାଙ୍କ ପଇସାରେ ଚାଲିଛି । ଜନତାଙ୍କ ସମସ୍ୟା ବୁଝିବା ପାଇଁ ବିଧାନସଭାର ଅଧିବେଶନ ବସିଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ବିଧାୟକ ମାନେ ଆସି ରାଜ୍ୟ ବାସୀଙ୍କ ସମସ୍ୟା କଥା ଆଲୋଚନା କରିବେ, ପ୍ରତିକାର କରିବେ ଏବଂ ରାଜ୍ୟର ବିକାଶ ପାଇଁ ଯୋଜନା କରିବେ । ହେଲେ ଚଳିତ ବିଧାନସଭାରେ ଗୃହ ଚାଲୁ ନାହିଁ ।
ନୂଆ ସରକାରଙ୍କୁ ବିଧାନସଭା ଚଲେଇବା ପାଇଁ ସୁଯୋଗ ଦିଆଯିବା ଦରକାର । ବିକାଶ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବା ପାଇଁ ସୁଯୋଗ ଦିଆଯିବା ଦରକାର । କିନ୍ତୁ କଂଗ୍ରେସ ତାର ଜିଦରେ ଅଟଳ । ଫଳରେ ଅନେକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଏଭଳି ସ୍ଥିତିରେ ଲୋକେ କଂଗ୍ରେସକୁ ନାପସନ୍ଦ କରିଦେବେ ନି ତ ? ଏମିତି ପ୍ରଶ୍ନ ଜୋର ଧରିଲାଣି । ଦେଖାଯାଉ କଂଗ୍ରେସର ଏ ଅଭିଯାନରେ ଦଳ ଫାଇଦା ପାଇବ ନା ଅଧିକ ଦୃବଳ ହେବ ।